ପ୍ରଥମ ଥର ପାଇଁ ଥେରୁବାଲି ଠାରେ ଅଗଷ୍ଟ 9 ବିଶ୍ବ ଆଦିବାସୀ ଦିବସ 2025 ପାଳିତ

ପ୍ରଥମ ଥର ପାଇଁ ଥେରୁବାଲି ଠାରେ ଅଗଷ୍ଟ 9 ବିଶ୍ବ ଆଦିବାସୀ ଦିବସ 2025 ପାଳିତ

ରାୟଗଡା : (ଅମୁଲ୍ୟ ନିଶଙ୍କ ) ପ୍ରଥମ ଥର ପାଇଁ ରାୟଗଡା ଜ଼ିଲ୍ଲା କୋଳନରା ବ୍ଲକ ର ଥରୁବାଲି ଡି ପି କ୍ୟାମ୍ପ ଠାରେ ଅଗଷ୍ଟ 09 ବିଶ୍ବ ଆଦିବାସୀ ଦିବସ ପାଳନ ଅତି ଆଡମ୍ବର ସହକାରେ ପାଳିତ ହୋଇଯାଇଛି l ଏହି ଅବସରରେ ଥେରୁବାଲି ଝାଙ୍କିରି ଠାରେ ପୂଜାଅର୍ଚନା କରିବା ପରେ ଏହି ଠାରୁ ଆଦିବାସୀ କୁଇ ସଂଘ ତରଫରୁ ଆଦିବାସୀ ମାନଙ୍କ ପାରମ୍ପରିକ ବାଜା, ନାଚ, ଗୀତ, ସହ ବିଶାଳ ଆଦିବାସୀ ଶୋଭାଯାତ୍ରା ରେ ଥେରୁବାଲି ରେଲୱେ ଷ୍ଟେସନ ଠାରୁ ଡି ପି କ୍ୟାମ୍ପ ପର୍ଯ୍ୟନ୍ତ ପ୍ରକମ୍ପିତ ହୋଇଥିଲା ଏହା ପରେ ଡି ପି କ୍ୟାମ୍ପ ପଡିଆ ଠାରେ ମା ଝାକରିପେନୁ ଙ୍କୁ ସ୍ଥାପନ କରିବା ସହ ଆଦିବାସୀ ମାନଙ୍କ ତରଫରୁ ଏକ ଆଲୋଚନା ଚକ୍ର କରାଯାଇଥିଲା lଉକ୍ତ ଆଲୋଚନା ଚକ୍ର ରେ ବିକାଶ ନାମରେ ଭାଷା ଓ ସଂସ୍କୃତି ଓ ପ୍ରକୃତି ଧର୍ମିକୁ ଲୋପ କରିବା ପାଇଁ ଚକ୍ରାନ୍ତ ଚାଲିଛି ବୋଲି ମଂଚାସୀନ ଅତିଥି ମାନେ ମତ ରଖିଥିଲେ l ଆଦିବାସୀ ମାନଙ୍କ ଭାଷା ଓ ଲିପିକୁ ସାମ୍ଭିଧାନିକ ଅଧିକାର ଦିଆଯାଉ ନାହିଁ। ବିକାଶ ନାମର ପ୍ରାକୃତିକ ସମ୍ପଦକୁ ଲୁଣ୍ଠନ କରାଯାଉଛି l ଦେଶର ସମ୍ଭିଧାନ ଓ ପେସା ଆଇନ୍ ରେ ଆଦିବାସୀ ର ଜମି, ଜଳ, ଜଙ୍ଗଲ ଉପରେ ଥିବା ଅଧିକାର କୁ ଚଡେଇ ନେବା ପାଇଁ ଷଡଯନ୍ତ୍ର କରୁଛନ୍ତି l ଯୁଗ ଯୁଗ ରୁ ଆଦିବାସୀ ମାନେ ଶୋଷଣ ଓ ଠକେଇ ର ଶିକାର ହେଉଛନ୍ତି। ଆଦିବାସୀ ମାନଙ୍କ ସମ୍ଭିଧାନକ ଅଧିକାର ଆଜି ପର୍ଯ୍ୟନ୍ତ ଅନ୍ଧାର ଭିତରେ ରହିଛି ।2006 ଜଗଂଲ ଅଧିକାର ଆଇନ କାର୍ଯ୍ୟକାରୀ କରାଯାଉନାହିଁ l ଆଦିବାସୀ ମାନେ ପୂର୍ବ ପୁରୁଷ ରୁ ଭୋଗ ଦଖଲରେ ଥିବା ଜମି ଗୁଡ଼ିକୁ ଜମି ମାଫିଆ ମାନେ ଆଦିବାସୀ ମାନଙ୍କ ଠାରୁ ନେଉଛନ୍ତି।

ସରକାର ଆଦିବାସୀଙ୍କ ଦୁଖ ନ ଦେଖି ବଡ ବଡ କମ୍ପାନୀ ମାନଙ୍କୁ ଜମି ଅଧିକାର ଦେଉଛନ୍ତି ସରକାର l ସରକାର ଆଦିବାସୀଙ୍କ ଅଧିକାର କୁ ଖିଲାପ କରନ୍ତି ତାହା ହେଲେ ଆନ୍ଦୋଳନ ତୀବ୍ର କରିବା ପାଇଁ କୁଇ ସମାଜରେ ଆହ୍ବାନ ଦେଇଛନ୍ତି। ବିଭିନ୍ନ ରାଜନୈତିକ ଦଳ ସହିତ ନେତା ଙ୍କ ମଧ୍ୟରେ ଥିବା ମତାନ୍ତର କୁ ଆଦିବାସୀ ମାନଂକୁ ଢାଳ କାରି ନିଜର ଫାଇଦା ଉଠାଉଛନ୍ତି ସମୟ ଆସିଛି ଆମର ସମସ୍ତ ଆଦିବାସୀ ମାନେ ନେତା ଙ୍କ କଥା ରେ ଣ ପଡି ନିଜ ହକ ଲଢ଼ିବା ପାଇଁ ଶପଥ ନେଇ ଥିଲେ lକାର୍ଯ୍ୟକ୍ରମ ରେ ସ୍ଥାନୀୟ ଅଂଚଳ ର ପ୍ରତ୍ୟକ ଗ୍ରାମ ର ଯାନୀ ଦିଶାରୀ ଙ୍କୁ ସମ୍ମାନିତ କରାଯାଇଥିଲା l ପରେ ପରେ ଗ୍ରାମାଞ୍ଚଳ ରୁ ଆସିଥିବା କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ l ଥେରୁବାଲି, ଖେଦାପୋଡ଼ା,ଡୁମୁରିଗୁଡା, କାର୍ତିକଗୁଡ଼ା, କେଲିଗୁଡା ପଂଚାୟତ ର ବିଭିନ୍ନ ଗାଁ ରୁ ହଜାର ହଜାର ସଂଖ୍ୟା ରେ ଆଦିବାସୀ ମହିଳା ପୁରୁଷ ମାନ ଙ୍କ ସହିତ ସରପଞ୍ଚ ସମିତି ସଭ୍ୟା ସଭ୍ୟ ମାନେ ଯୋଗ ଦେଇଥିଲେ l ଏହି ବିଶ୍ୱ ଆଦିବାସୀ ଦିବସ ପ୍ରଥମ ଥର ପାଳନ କରିବା ପାଇଁ ଦୀର୍ଘ 2ମାସ ଧରି ସଙ୍ଘ ର ସଭାପତି ଅଶୋକ ହିକକା, କାର୍ଯ୍ୟକାରୀ ସଭାପତି ପ୍ରହଲ୍ଲାଦ ହିକକା, ନୀଳକଣ୍ଠ ମେଲେକା ଉପ ସଭାପତି, ସମ୍ପାଦକ ହଳଧର ହିମରିକା, ଯୁଗ୍ମ ସମ୍ପାଦକ ଗୋପାଳ ହିକକା ଓ କୋଷାଧକ୍ଷ ରମା ହୁଇକା ଲାଗିପଡ଼ିଥିଲେ l ଅତି ଶାନ୍ତି ଶୃଙ୍ଖଳା ର ସହିତ ଏହି କାର୍ଯ୍ୟକ୍ରମ ସମାପନ ହୋଇଥିବା ରୁ ସଭାପତି ଙ୍କ ଅନ୍ୟ କର୍ମକର୍ତା ଜନସାଧାରଣ ଙ୍କୁ ଧନ୍ୟବାଦ ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *