ମୋହନା ଠାରେ କଂଗ୍ରେସ ର ଜିଲ୍ଲା ସ୍ତରୀୟ ଅନୁସୂଚିତ ଜାତି ସମ୍ପ୍ରଦାୟ ର ବୈଠକ ଅନୁଷ୍ଠିତ ।
ଆର,ଉଦୟଗିରି(ମନୋଜ କୁମାର ପାଢୀ) ଆଜି ଗଜପତି ଜିଲ୍ଲା ସ୍ତରୀୟ କଂଗ୍ରେସ ଅନୁସୂଚିତ ଜାତି ସମ୍ପ୍ରଦାୟ ସଂଗଠନ ର ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ସ୍ଥାନୀୟ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ ସଭାପତିତ୍ବ କରିଥିଲେ। ଏହି ବୈଠକ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଅନୁସୂଚିତ ଜାତି ଜିଲ୍ଲା ସ୍ତରୀୟ ଆଲୋଚନା ବୈଠକରେ ଜିଲରୁ ପୁରୁଷ ଓ ମହିଳା ପ୍ରାୟ ପାଞ୍ଚ ଶହ ରୁ ଅନୁସୂଚିତ ଜାତି ର ଲୋକ ଉପସ୍ଥିତ ରହି କଂଗ୍ରେସ ସରକାରକୁ ଆସିଲେ ଲୋକଙ୍କ ଅଧିକାର ପାଇବେ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ଏହି ଅବସରରେ ରାଜ୍ୟ ଅନୁସୂଚିତ ଜାତି ସମ୍ପ୍ରଦାୟ ର ରାଜ୍ୟ ସଭାପତି ମାନସ ମଲ୍ଲିକ ଉପସ୍ଥିତ ରହି କଂଗ୍ରେସ ହିଁ ଦେଶ କୁ ସ୍ଵାଧୀନ କରି ଲୋକଙ୍କୁ ସ୍ଵାଧୀନ ଦେଇ ଦେଶ ପାଇଁ ବଳିଦାନ ଦେଇଥିବା ବେଳେ ବର୍ତମାନ କଂଗ୍ରେସ ର ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଶ ର ଲୋକଙ୍କ ପାଇଁ ଯେଉଁ ଦାବୀ କରିଛନ୍ତି ସରକାର ତାହା ମାନିବାକୁ ବାଧ୍ୟ ହେଉଥିବା ବେଳେ ଜନଜାତି ଲୋକ ବି ଦେଶ ରେ କିପରି ସୁରକ୍ଷିତ ରହିବେ ତାହା ଚିନ୍ତା କରୁଥିବା କହିଛନ୍ତି ନେତା ମାନେ। ଆଜିର ଏହି ଆଲୋଚନା ବୈଠକରେ ଭୋକିଲି ସେଠୀ, ଭାଗିରଥି ବେହେରା, ଶିବ ପ୍ରସାଦ ଦାସ ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହି ଓଡ଼ିଶା କଂଗ୍ରେସ କିପରି ଆଗାମୀ ଦିନରେ ସରକାର ଗଠନ କରି ଲୋକଙ୍କ ହିତରେ କାର୍ଯ୍ୟ କରିବ ତାହା ଗାଁ ଗାଁ ବୁଲି ପ୍ରଚାର କରିବା ନିମନ୍ତେ ପ୍ରେରଣା ଦେଇଥିଲେ।

