ବରଗଡ ଜିଲ୍ଲା ଭେଡେନ ବ୍ଲକ ଦୋମୁହାଁଣି ନିକଟସ୍ଥ ଚାରପାଲି ଗ୍ରାମ ଠାରେ ଏକ ପିକଅପ୍ ଭ୍ୟାନ ଓ ବାଇକ ଆରୋହୀଙ୍କ ଦୁର୍ଘଟଣା ଘଟିଥିଲା।
ବାଇକ ଆରୋହୀ ଅତାବିରା ବ୍ଲକ ଛନ୍ଦପାଲି ଗ୍ରାମର ମଂଟୁ ପ୍ରଧାନ ଖବର ପାଇ ଅମୃତ୍ କୁଟୁମ୍ ର ସଭାପତି ଆନଂଦ ଚନ୍ଦ୍ର ସୁନା ଓ ଉପସଭାପତି ଘନଶ୍ଯାମ ଅଗ୍ରୱାଲ, ଶ୍ରୀକାନ୍ତ ଚିନ୍ଦ୍ରା ଓ ଦଳ ମେହେର ଯାଇ ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣି ଚିକିତ୍ସା କରାଇଥିଲେ। ବାଇକ ଆରୋହୀଙ୍କର ମୁଣ୍ଡ ରେ ଆଘାତ ଲାଗିଥିବାରୁ ଡାକ୍ତର ତାଂକୁ ଉଚ୍ଚତର ଚିକିତ୍ସା ପାଇଁ ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା ୧୦୮ ଆମ୍ବୁଲାନ୍ସ ଯୋଗେ ପଠାଇ ଦେଇଥିଲେ। ଅମୃତ୍ କୁଟୁମ୍ ର ସଦସ୍ୟମାନେ ରକ୍ତଦାନ ଶିବିର ଏହିପରି ଦୁର୍ଘଟଣା ଗ୍ରସ୍ତ ଆହତ କୁଂ ନିସ୍ୱାର୍ଥପର ସେବା କରୁଥିବାରୁ ଅଂଚଳରେ ଚର୍ଚ୍ଚା ବିଷୟ ହେଉଛି।” ସେବା ହିଁ ପରମ ଧର୍ମ”।