ପଥର ଖଣିରେ ବିସ୍ଫୋରଣ , ୬ ଓଡିଶା ଶ୍ରମିକ ମୃତ, ୧୦ ଗୁରୁତର ଗଜପତି ୨ ଓ ଗଞ୍ଜାମ ୪ ଶ୍ରମିକ
ଆର,ଉଉଦୟଗିରି(ମନୋଜ କୁମାର ପାଢୀ)- ଆନ୍ଧ୍ର ପ୍ରଦେଶ ବାପଟାଲା ଜିଲ୍ଲା ବାଲି କୁମାର ପଥର କୁଆରୀରେ ଆଜି ମଧ୍ୟାହ୍ନରେ ଶ୍ରମିକମାନେ କାମ କରୁଥିଲା ବେଳେ, ଭୟଙ୍କର ବିସ୍ଫୋରଣ ଘଟିଛି । କୁଆରୀରେ କାମ କରୁଥିବା ଶ୍ରମିକ ମାନଙ୍କ ମଧ୍ୟରେ ୧୮ ଜଣ ଓଡିଶା ଶ୍ରମିକ ଥିଲେ । କାମ ଚାଲିଥିଲା ବେଳେ ବିସ୍ଫୋରଣ ଘଟିଥିଲା । ଘଟଣାସ୍ଥଳରେ ହିଁ ୬ ଜଣଙ୍କର ମତ୍ୟୁ ଘଟିଛି । ଅନ୍ୟ ଗୁରୁତ୍ବର ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭତ୍ତି କରାଯାଉଛି । ମୃତକ ଶ୍ରମିକ ମାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ମୋହନା ବ୍ଲକ ଢେପାଗୁଡା ପଞ୍ଚାୟତର ଆଲୋରା ଗ୍ରାମର ଦୁଇଜଣ ଯୁବକ ଭାସ୍କର ଦଳାଇ ଓ ଟୁକୁନା ଦଳାଇ ମୃତ କରିଥିବା ଗଞ୍ଜମ ଜିଲ୍ଲା ଦିଗପହଣ୍ଡିର ୪ ଜଣ ଶ୍ରମିକ ବୋଲି ଜଣାପଡିଛି । ବତ୍ତମାନ ସୁଦ୍ଧ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭବନା ରହିଛି । ପଥର ଖଣି ଦୁର୍ଘଟଣା ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁଃଖ ପ୍ରକାଶ କରିଛନ୍ତି । ଗୁରୁତର ଆହତ ମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି।
