ଜୁନିଅର ରେଡ଼କ୍ରସରେ ସେବା ହେଉଛି ମୂଳମନ୍ତ୍ର.

ଜୁନିଅର ରେଡ଼କ୍ରସରେ ସେବା ହେଉଛି ପରାମର୍ଶଦାତାଙ୍କ ମୂଳମନ୍ତ୍ର

ଆର. ଉଦୟଗିରି(ମନୋଜ କୁମାର ପାଢୀ/ ତା 23/08/24 ରିଖ ଶୁକ୍ରବାର ଦିନ କାଶୀନଗର ବ୍ଲକର ଖାରଡ଼ା ବିନାୟକ ମହାପାତ୍ର ଉଚ୍ଚ ବିଦ୍ୟାଳୟ ଠାରେ ରାଜ୍ୟ ଜୁନିଅର ରେଡ଼କ୍ରସ ଅଧିକାରୀ ଶ୍ରୀ ଲକ୍ଷ୍ମଣ ସ୍ୱାଇଁଙ୍କ ନିର୍ଦେଶ ଓ ଜିଲ୍ଲା ଶିକ୍ଷ୍ୟାଧିକାରୀ ଶ୍ରୀ ମାୟାଧର ସାହୁଙ୍କ ପରାମର୍ଶ ଓ ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ଲକ ସ୍ତରୀୟ ଏକ ଦିବସୀୟ,ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି | ବ୍ଲକର 12ଟି ଉଚ୍ଚ ବିଦ୍ୟାଳୟର 12 ଜଣ ବିଷୟ ଭିତ୍ତିକ ଶିକ୍ଷକ ଯୋଗ ଦେଇ ପ୍ରଶିକ୍ଷଣ ନେଇଥିଲେ | ଉଦଘାଟନୀ ଉତ୍ସବରେ କାଶୀନଗର ଗୋଷ୍ଠୀ ଶିକ୍ଷ୍ୟାଧିକାରୀ ଶ୍ରୀ ଆଦିକନ୍ଦ ଗମାଙ୍ଗ,ଅତିରିକ୍ତ ଗୋଷ୍ଠୀ ଶିକ୍ଷ୍ୟାଧିକାରୀ ନର୍ମଦା ଯୋଶୀ ଦାସ, ଜିଲ୍ଲା କ୍ରୀଡା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର ପାତ୍ର, ଜିଲ୍ଲା ସମ୍ପାଦକ ଶ୍ରୀ ସିଦ୍ଧାର୍ଥ ଶଙ୍କର ପାଠୀ, ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ, ଜିଲ୍ଲା ରେଡ଼କ୍ରସ ଅଧିକାରୀ ଶ୍ରୀ ସଞ୍ଜୀବ କୁମାର ଦାସ, ସମ୍ବଳ ସାଧନ କର୍ମୀ ଶ୍ରୀ ପ୍ରହଲ୍ଲାଦ ଶିହଳ, ଶ୍ରୀ ମୁକ୍ତିକାନ୍ତ ମଲ୍ଲିକ ଯୋଗଦେଇ ଥିଲେ | ଏହି ଶିବିରରେ ଜୁନିଅର ରେଡ଼କ୍ରସର ଇତିହାସ, ବିଦ୍ୟାଳୟରେ ରେଡ଼କ୍ରସର ଭୂମିକା, ପରାମର୍ଶଦାତା ମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ, ବିଦ୍ୟାଳୟ ସୁରକ୍ଷା, ସଡ଼କ ସୁରକ୍ଷା, ରକ୍ତ ଦାନ, ପ୍ରାକୃତିକ ବିପର୍ଯୟ ପ୍ରଶମନ ଓ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ |ଜିଲ୍ଲା ରେଡ଼କ୍ରସ ଅଧିକାରୀ ଶ୍ରୀ ସଞ୍ଜୀବ କୁମାର ଦାସ ଶିବିର ପରିଚାଳନା କରିଥିଲେ |

Leave a Reply

Your email address will not be published. Required fields are marked *