ବ୍ରହ୍ମପୁର ରେ ନୂତନ ଜିଲ୍ଲାପାଳ ଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି।

Spread the love

ବ୍ରହ୍ମପୁର ରେ ନୂତନ ଜିଲ୍ଲାପାଳ ଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି।

ଗଞ୍ଜାମ ଜିଲ୍ଲାର ନବନିଯୁକ୍ତ ଜିଲ୍ଲାପାଳ କୀର୍ତ୍ତିଭାସନ ପ୍ରଥମେ ମାଁ ତାରାତାରିଣୀଙ୍କ ଦର୍ଶନ ପରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମୀଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଉକ୍ତ ଶିବିରରେ ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜକିଶୋର, ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍, ଭାରପ୍ରାପ୍ତ ଉପଜିଲ୍ଲାପାଳ ପାର୍ଥସାରଥୀ ହାଂସଦାଙ୍କ ସମେତ ବ୍ରହ୍ମପୁର ଉପଖଣ୍ଡ ଅଞ୍ଚଳର ସମସ୍ତ ବିଡ଼ିଓ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ। ଆଜିର ଏହି ଶିବିରରେ ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ, ରାଜସ୍ୱ, ଭତ୍ତା, ଶ୍ରମିକ କାର୍ଡ ଓ ରେସନ୍ କାର୍ଡ୍ ବିଷୟରେ ଆଲୋଚନା ହୋଇଥିଲା। ଏତଦବ୍ୟତୀତ ୧୧୨ ଅଭିଯୋଗ ମଧ୍ୟରେ ୯୫ଟି ବ୍ୟକ୍ତିଗତ ୮ଟି ଗ୍ରାମ ଭିତ୍ତିକ ସମେତ ୫ଟି ର ସମାଧାନ କରାଯିବା ସହ ୪ ଜଣଙ୍କୁ ରେଡକ୍ରସ୍ ୧୨ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନେ ମିଳିମିଶି ଜିଲ୍ଲାର ଉନ୍ନତି ପାଇଁ କାର୍ଯ୍ୟ କରିବା ପାଇଁ ସମ୍ମିଳିତ ଉଦ୍ୟମ ରହିଛି ବୋଲି ମତବ୍ୟକ୍ତ କରିଥିଲେ।