ଖଲ୍ଲିକୋଟ ପୋଲିସ ପକ୍ଷରୁ ବିପୁଳ ପରିମାଣର ମଦ ଜବତ।
ଖଲ୍ଲିକୋଟ ଥାନା ପୋଲିସ୍ କୌଣସି ସୁତ୍ରରୁ ଖବର ପାଇ ନିର୍ମଳଝର ଛକରେ ଛକି ରହି ଏକ କାର୍ କୁ ଅଟକାଇ ଯାଞ୍ଚ କରିଥିଲେ। ଉକ୍ତ କାର୍ ଭିତରେ ବିପୁଳ ପରିମାଣର ଦେଶୀ ମହୁଲି ମଦ ମହଜୁଦ ଥିଲା। ଯାହାର ପରିମାଣ ୭୨୦ ଲିଟର ବୋଲି ଜଣାପଡିଛି। ପୋଲିସ ଉକ୍ତ ମଦ ଓ ଚାଲାଣ ହେଉଥିବା କାର୍ ଜବତ କରିବା ସହ ଚାଳକ ଉପେନ୍ଦ୍ର ସାହୁ କୁ ନେଇ ଥାନା ରେ ଜେରା କରୁଛନ୍ତି।କାର୍ ଚାଳକ କୋଟିନଡା ଥାନା ଅଞ୍ଚଳର ହୋଇଥିବା ବେଳେ ଉକ୍ତ ମଦ ଖଲ୍ଲିକୋଟ ଥାନା ଅର୍ନ୍ତଗତ ଏକ ଆଦିବାସୀ ପଲି ଅଞ୍ଚଳରୁ ଆସ୍କା ଅଞ୍ଚଳକୁ ଚାଲାଣ ହେଉଥିବା ଶୁଣିବାକୁ ମିଳିଛି।


