କୋରାପୁଟ ଜିଲ୍ଲାପାଳ ଭି.କୀର୍ତ୍ତୀଭାସନଙ୍କୁ ଫର ଅଦର୍ସର ବିଦାୟ ସମ୍ବର୍ଦ୍ଧନା। ସେମିଳିଗୁଡା.ତାରିଖ ୨୩.୭,୨୦୨୫,କୋରାପୁଟ ଜିଲ୍ଲାପାଳ ଭି.କୀର୍ତ୍ତୀଭାସନଙ୍କର ଗଂଜାମ ଜିଲ୍ଲାପାଳ ହିସାବରେ ବଦଳି ହୋଇ ଥିବାର ଜଣାପଡିଲାପରେ ସେମିଳିଗୁଡାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଲିଭ ଫର ଅଦର୍ସର ସାଧାରଣ ସମ୍ଫାଦିକା ସ୍ନିଗ୍ଧାରାଣୀ ମିଶ୍ର କୋରାପୁଟ କାର୍ଯ୍ଯାଳୟରେ ତାଙ୍କୁ ଦେଖାକରି ବିଦାୟକାଳୀନ ଶୁଭେଛା ଜଣାଇଥିଲେ। ଜିଲ୍ଲାପାଳ କିର୍ତ୍ତୀଭାସନ କୋରାପୁଟ ପାଇଁ ବହୁତ କିଛି କାର୍ଯ୍ୟ କରିବାସହ ଜଣେ ଲୋକପ୍ରିୟ,ବିନମ୍ର,ସମସ୍ତଙ୍କର ସମସ୍ୟାକୁ ଗୁରୁତ୍ବ ଦେଉଥିବା ମଣିଷଟିଏ ଥିଲେ। ତାଙ୍କର ଆଗାମୀ ଜୀବନ ଆହୁରି ଉଜ୍ଜ୍ବଳ ହେଉ ବୋଲି ଶ୍ରୀମତୀ ମିଶ୍ର କହିଥିଲେ। ଶ୍ରୀମତୀ ମିଶ୍ରଙ୍କ ସହ ଲିଭ ଫର ଅଦର୍ସର ସାଂଗଠନିକ ସଂପାଦକ ଗଣେଶ୍ଵର ପାଣିଗ୍ରାହୀ,ଯୁଗ୍ମ ସମ୍ପାଦକ ସ୍ବସ୍ତିିକ ମିଶ୍ର,କାର୍ଯ୍ଯ କାରିଣୀ ସଦସ୍ଯା ବିଶ୍ବ ବନ୍ଦିତା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।
