ଟିକାବାଲି ବ୍ଲକ ର ସମସ୍ତ ବିଦ୍ୟାଳୟ ରେ “ଶିକ୍ଷା ସପ୍ତାହ” କାର୍ଯ୍ୟକ୍ରମ ସପ୍ତାହ ବ୍ୟାପି ଚାଲୁଅଛି…
କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )ଟିକାବାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ରେ କେନ୍ଦ୍ରୀୟ ସରକାର ଙ୍କ ଦ୍ୱାରା ପ୍ରଦତ୍ତ “ଶିକ୍ଷା ସପ୍ତାହ” କାର୍ଯ୍ୟକ୍ରମ ବହୁତ ଧୂମଧାମ ରେ ଅନୁଷ୍ଠିତ ହେଉଅଛି l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାଙ୍କ ଅନ୍ତର୍ନିହିତ ଗୁଣାବଳୀ ର ବିକାଶ ସହ ମାନସିକ, ଶାରୀରିକ ଓ ସାମାଜିକ ଦକ୍ଷତା ର ବିକାଶ ମଧ୍ୟ ସମ୍ଭବ ହୋଇପାରିବ l ଏହାଦ୍ୱାରା ପିଲାମାନେ ରାଷ୍ଟ୍ରବାଦୀ ଚିନ୍ତାଧାରା ରେ ଅଭିପ୍ରେରିତ ହୋଇ ସହ ଶିକ୍ଷା ପ୍ରତି ଆକୃଷ୍ଟ ହେବେ l ସପ୍ତାହ ବ୍ୟାପି ପ୍ରତ୍ୟେକ ଦିନ ଏକ ସ୍ୱତନ୍ତ୍ର ଦିବସ ପାଳନ କରାଯାଉଅଛି l ପ୍ରଥମ ଦିବସ ରେ ଶିକ୍ଷଣ ଉପକରଣ ଦିବସ, ଦ୍ୱିତୀୟ ଦିବସ ରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦିବସ, ତୃତୀୟ ଦିବସ ରେ କ୍ରୀଡା ଦିବସ, ଚତୁର୍ଥ ଦିବସ ରେ ସାଂସ୍କୃତିକ ଦିବସ,ପଞ୍ଚମ ଦିବସ ରେ ଦକ୍ଷତା ଓ ପ୍ରଯୁକ୍ତି ବିଦ୍ୟା ଦିବସ,ଷଷ୍ଠ ଦିବସ ରେ ବିଦ୍ୟାଳୟ ପୋଷକ ଓ ସବୁଜ ବାହିନୀ ଦିବସ ଓ କାର୍ଯ୍ୟକ୍ରମ ର ଅନ୍ତିମ ଦିବସ କୁ ଗୋଷ୍ଠୀ ଜଡିତ ତଥା ତିଥି ଭୋଜନ ଦିବସ ପାଳନ କରିବାପାଇଁ ଧାର୍ଯ୍ୟ କରାଯାଇଛି ଓ ସେହି ଅନୁଯାଇ ଟିକାବାଲି ବ୍ଲକ ର ପ୍ରତ୍ୟେକ ବିଦ୍ୟାଳୟ ରେ କାର୍ଯ୍ୟକ୍ରମ ଚାଲୁରହିଛି l ଏହି କାର୍ଯ୍ୟକ୍ରମ ର ତଦାରଖ ଓ ପରିଚାଳନା ଦାୟିତ୍ୱ ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜଗନ୍ନାଥ ଶାହାଣୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ୍ତ ନାୟକ, ଗଣେଶ୍ୱର କହଁର ଓ ବିନୋଦିନୀ ସାମଲ କରୁଅଛନ୍ତି l ଏହା ସହ ପ୍ରତ୍ୟେକ କ୍ଲଷ୍ଟରର ସିଆରସିସିମାନେ ମଧ୍ୟ ବିଦ୍ୟାଳୟ ପରିଦର୍ଶନ କରି ଆବଶ୍ୟକ ସ୍ଥଳେ ସହଯୋଗ କରୁଛନ୍ତି l ଟିକାବାଲି ବ୍ଲକ ର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପବିତ୍ର କୁମାର ସାହୁ, ଜୟପ୍ରକାଶ ପାତ୍ର, ବିଷ୍ଣୁ ପ୍ରସାଦ ହୋତା, ଶୁଭସ୍ମୃତି ଦାଶ, ସନ୍ତୋଷ ମିଶ୍ର,ରବିନାରାୟଣ ସାହୁ, ଜ୍ୟୋତ୍ସ୍ନା ରାଣୀ ଜେନା, ମୁରଲୀ ପଲେଇ ଓ ଅରବିନ୍ଦ ମହାପାତ୍ର ବହୁତ ସୁନ୍ଦର ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି I