ପାଞ୍ଚ ଜଣିଆ ଡକାୟତ ଦଳ ଗିରଫ।

ବ୍ରହ୍ମପୁର ପୋଲିସ ଜିଲ୍ଲା ରେ ଚୋରି, ଡକାୟତି, ରାହାଜାନୀ, ହତ୍ୟା, ଲୁଟ୍ ଓ ଦୁଷ୍କର୍ମ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ଙ୍କ ନିର୍ଦ୍ଦେଶନାରେ ନିମଖଣ୍ଡି ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସାହାଙ୍କ ନେତୃତ୍ୱରେ ଏକ ଟିମ୍ ନିଜ ଥାନା ଅଞ୍ଚଳରୁ ଏକ ଦଳକୁ କାବୁ କରି ସେମାନଙ୍କ ଠାରୁ ଗୋଟିଏ ବନ୍ଧୁକ ଓ ୫ ଟି ଅଫୁଟା ଗୁଳି ଜବତ କରିଛନ୍ତି। ସୁଚନା ଥାଊକି ଉକ୍ତ ଦଳ କୌଣସି ଏକ ସ୍ଥାନରେ ଡକାୟତି ଉଦ୍ୟମ ପାଇଁ ଯୋଜନା କରୁଥିବା ବେଳେ ପୋଲିସ ସେମାନଙ୍କ ଉପରେ ମାଡ଼ି ବସିଛନ୍ତି।

Leave a Reply

Your email address will not be published. Required fields are marked *