ରେଳ ବିଭାଗରେ ଚାକିରି ପାଇଁ ଅର୍ଥ ଠକେଇ ଅଭିଯୋଗରେ ଜଣେ ଗିରଫ।

ରେଳ ବିଭାଗରେ ଚାକିରି ପାଇଁ ଅର୍ଥ ଠକେଇ ଅଭିଯୋଗରେ ଜଣେ ଗିରଫ।ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ଗ୍ରାମର କୃଷ୍ଣଚନ୍ଦ୍ର ଦୋରା ନାମକ ଜଣେ ବେରୋଜଗାର ଯୁବକ କୁ ତାର ବଂଧୁ ପାଟପୁର ଥାନା ଅର୍ନ୍ତଗତ କଂସାମାରି ଗ୍ରାମର ବିଘ୍ନେଶ୍ୱର ଦୋରା ରେଳବାଇ ବିଭାଗରେ ଚାକିରି କରିଦେବା ପାଇଁ କହି ୫ ଜଣଙ୍କ ଠାରୁ ନଗଦ ୬୨ ଲକ୍ଷ୍ୟ ୫୦ ହଜାର ଟଙ୍କା ଠକେଇ ଅଭିଯୋଗରେ ସେ ଗତକାଲି ସଦର ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ବିଘ୍ନେଶ୍ୱର କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ସୁଚନା ଥାଊକି ଅଭିଯୋଗକାରୀ କୃଷ୍ଣ ଗତ ମାର୍ଚ୍ଚ ମାସରେ ଅଭିଯୁକ୍ତ ସହ ଦିଗପହଣ୍ଡି ବସ୍ ଷ୍ଟାଣ୍ଡରେ ସାକ୍ଷାତ ହୋଇଥିଲା ଓ ସେ ରେଳବାଇ ରେ ଚାକିରୀ କରିବା ପାଇଁ ଜଣଙ୍କ ପିଛା ୧୨ ଲକ୍ଷ୍ୟ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ କହିଥିଲା। ଏହି ପରିପ୍ରେକ୍ଷୀରେ କୃଷ୍ଣ ଓ ଅନ୍ୟ ୪ ଜଣଙ୍କ ପାଇଁ ଉକ୍ତ ନଗଦ ଟଙ୍କା ଭୁବନେଶ୍ୱର ରେ ବିଘ୍ନେଶ୍ୱର ଜରିଆରେ ସମରଜୀତ ରାଉତ ଓ ଶୁଭ ଲକ୍ଷ୍ମୀ ରାଉତ ଙ୍କୁ ପ୍ରଦାନ କରିଥିଲେ। କିନ୍ତୁ ଚାକିରୀରେ ଯୋଗଦେବା ପାଇଁ ବିଘ୍ନେଶ୍ୱର ନକଲି ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏଥିରେ ସନ୍ଦେହ ପରେ କୃଷ୍ଣଚନ୍ଦ୍ର ସଦର ଥାନା ରେ ଅଭିଯୋଗ କରିଥିଲେ। ପୋଲିସ କିଛି ନକଲି ପ୍ରମାଣପତ୍ର ଜବତ କରି ଅଭିଯୁକ୍ତକୁ ଭାରତୀୟ ନ୍ୟାୟ ସଂହିତା ଧାରା ଅନୁସାରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Leave a Reply

Your email address will not be published. Required fields are marked *