କାଶୀପୁର ବ୍ଲକରେ ଡେଙ୍ଗୁ, ଡାଇରିଆ ଓ ମେଲେରିଆ ନିରlକରଣ ନିମନ୍ତେ ଉପଜିଲ୍ଲାପାଳଙ୍କ ସଚେତନତା ବୈଠକ l

କାଶୀପୁର ବ୍ଲକରେ ଡେଙ୍ଗୁ, ଡାଇରିଆ ଓ ମେଲେରିଆ ନିରlକରଣ ନିମନ୍ତେ ଉପଜିଲ୍ଲାପାଳଙ୍କ ସଚେତନତା ବୈଠକ l

ରାୟଗଡ/କାଶୀପୁର:-ତ. ୬/୦୭/୨୫- ଜିଲ୍ଲାରେ ଡେଙ୍ଗୁ, ଡାଇରିଆ ଓ ମେଲେରିଆ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲାରେ ବ୍ୟାପିବା ଆଶଙ୍କା କରି ଏହାର ନିରlକରଣ ନିମନ୍ତେ ପ୍ରସ୍ତୁତି ରହିବାକୁ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ନିର୍ଦେଶ କ୍ରମେ ଆଜି ରାୟଗଡ଼ ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନାଙ୍କ ଅଧ୍ୟକ୍ଷତlରେ କାଶୀପୁର ବ୍ଲକର ସମ୍ମିଳନୀ କକ୍ଷରେ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି l କାଶୀପୁର ବ୍ଲକରେ ଝlଡlବlନ୍ତି, ଡେଙ୍ଗୁ ଓ ମେଲେରିଆର ପ୍ରାଦୁର୍ଭାବ ଯେମିତି ନହେବ ଏହି ବୈଠକରେ ବ୍ୟାପକ ଭାବରେ ଆଲୋଚନା କରାଯାଇଥିଲା l ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା.ମମତା ଚୌଧୁରୀ, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶିକାନ୍ତ ପାଣିଗ୍ରାହୀ, କାଶୀପୁର ସମିତି ଅଧ୍ୟକ୍ଷ ଶ୍ରୀ କଣ୍ଠ ମାଝୀ,ଅତିରିକ୍ତ ତହସିଲଦାର ଶ୍ରୀ ବିଗ୍ନରାଜ କହଁର, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, କାଶୀପୁର, ଶିଶୁଵିକାଶ ଅଧିକାରୀ, କାଶୀପୁର ଆଦି ଯୋଗଦେଇଥିଲେ l ଚଳିତ ବର୍ଷlରେ ନାଳ ନର୍ଦମା ଗୁଡିକ ଯୋଗୁଁ ଏଥି ସେଠି ପାଣି ଜମା ହେବାଦ୍ବାରା ଜଳ ଉତ୍ସ ଧୂଷିତ ହେବl ଯୋଗୁଁ ଡାଇରିଆ, ଡେଙ୍ଗୁ ଓ ମେଲେରିଆ ବ୍ୟାଇବା ଆଶଙ୍କା ବହୁତ ଥିବାରୁ ଶତପ୍ରତିଶତ ବିଷଧନ ଓ ସଫା ସୁତୁରା ରଖିବାକୁ ସମ୍ପୂକ୍ତ ସମସ୍ତ ଗ୍ରାମ ପଂଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦେଶ ଦେବାକୁ କାଶୀପୁର ବିଡ଼ିଓଙ୍କୁ କହିଥିଲେ l ପ୍ରତ୍ୟେକ ଏଏନଏମ ଓ ଅଙ୍ଗନବାଡି କେନ୍ଦ୍ରରେ, ଆଶା ମାନଙ୍କ ପାଖରେ ଯଥେଷ୍ଟ ପରିମାଣ ଓଆରେସ ଓ ଔଷଧ ମହଜୁଦ ରଖିବା, ଜଳ ଉତ୍ସ ଗୁଡ଼ିକରୁ ନମୁନା ସଂଗ୍ରହ କରି ତାହାର ପରୀକ୍ଷା କରି ବିଷଧନ କରିବାକୁ ଉପ-ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l ଗାଁ କଲ୍ୟାଣ ପାଣ୍ଠି ବିନିଯୋଗରେ ଗାଁକୁ ସଫା ସୁତୁରା କରିବାକୁ କହିଥିଲେ l ଔଷଧଯୁକ୍ତ ମଶାରୀ ୧୦୦%ବ୍ୟବହାର ଘରକୁ ଘର ଯାଇ ଲୋକଙ୍କୁ ସଚେତନତା କରିବl ପାଇଁ ଆଶା ଅଙ୍ଗନବାଡି କର୍ମୀ ମlନେ ସଚେତନତା କରିବାକୁ କହିଥିଲେ l ସେହିପରି ବିଦ୍ୟାଳୟ ଅନ୍ତେବାସୀ ମାନେ ମଶାରୀ ସମସ୍ତେ ବ୍ୟବହାର କରିବେ ସେଥିପାଇଁ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସୁନିଶ୍ଚିତ କରିବେ l ହଷ୍ଟେଲ ରେ ରହୁଥିବା ଛୁଆ ଯେପରି ଆକ୍ରାନ୍ତ ନ ହୁଅନ୍ତି ସେଥିପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ସତର୍କ ରହିବାକୁ କହିଥିଲେ l ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ମାନେ ଗାଁ କଲ୍ୟାଣ ସମିତି ପାଣ୍ଠି ବ୍ୟବହାର କରି ସଚେତନତା କରିବେ l ଏହାପରେ ଉପଜିଲ୍ଲାପାଳ ବ୍ଲକର ଚନ୍ଦ୍ରଗିରି ଓ ଗୋରଖପୁର ପଂଚାୟତ ବୁଲି ଆନୁଧ୍ୟାନ କରିଥିଲେ lଆଜିର ଏହି ବୈଠକରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ,ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ, ଶିକ୍ଷକ, ସାମ୍ମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ସୁପରଭାଜର, ଆଶାକର୍ମୀ,ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ପଞ୍ଚlୟତରାଜ ଜନପ୍ରତିନିଧି,ଏ ଏନଏମ, ଓ ବ୍ଲକ କାର୍ଯ୍ୟାଲୟର କର୍ମଚାରି ଯୋଗଦେଥିଲେ l

Leave a Reply

Your email address will not be published. Required fields are marked *