ଓଡିଶା ଦଳିତ ଶୋଷଣ ମଞ୍ଚର ଭାରତ ବନ୍ଦ ଡାକରାକୁ ସମର୍ଥନ କରି ରାମଗିରି ଠାରେ ପ୍ରତିବାଦ ସଭା ଅନୁଷ୍ଠିତ ।

ଓଡିଶା ଦଳିତ ଶୋଷଣ ମଞ୍ଚର ଭାରତ ବନ୍ଦ ଡାକରାକୁ ସମର୍ଥନ କରି ରାମଗିରି ଠାରେ ପ୍ରତିବାଦ ସଭା ଅନୁଷ୍ଠିତ ।

ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଆଜି ରାମଗିରି ଠାରେ ଓଡିଶା ଦଳିତ ଶୋଷଣ ମଞ୍ଚର ଭାରତ ବନ୍ଦ ଡାକରାକୁ ସମର୍ଥନ ନେଇ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଆଜି ଏଥିରେ ଜିଲ୍ଲା ଆବାହକ ଦଳିତ ଶୋଷଣ ମୁକ୍ତି ମଞ୍ଚର ସମ୍ପାଦକ ମାନସ କୁମାର ଜେନାଙ୍କ ନେତୁତ୍ବରେ ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇ ରାମଗିରି ଠାରେ ଏକ ପ୍ରତିବାଦ ସଭା କରିଥିଲେ । ଏହି ପ୍ରତିବାଦ ସଭାରେ ପ୍ରଦିପ କରାଡ, ଶରତ ଚନ୍ଦ୍ର ପ୍ରଧାନ, ସ୍ଥିପାନ ମାଳୀ, ଯୋହନ ଲିମା, ରହିମ ପାଣି, ସୈଳେନ୍ଦ୍ର ମାଳୀ, ମୁନା ଲିମା ଏବଂ C P I ର ସମସ୍ତ କର୍ମୀ ଯୋଗ ଦେଇଥିଲେ । ମାଲକାନଗିରି ଜିଲ୍ଲାରେ ଆଦିବାସୀ ଖ୍ରୀଷ୍ଟାଆନ ଓ ଗଞ୍ଜମ ଜିଲ୍ଲା ଧରାକୋଟ ରେ ଦଳିତ ମାନଙ୍କୁ ଅତ୍ୟାଚାର ହୋଇଥିଲା । ଏହି ଘଟଣାରେ କାର୍ଯ୍ୟନୁଷ୍ଠାନ, ଦଳିତ ମାନଙ୍କ ଉପରେ ଜାତିଗତ ହିଂସା ଓ ସାମାଜିକ ବାସନ୍ଦ ଘଟଣାରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ତଥା ସବୁ ଦଳିତ ମାନଙ୍କୁ ଭୁମିହୀନ ପରିବାରକୁ ଚାଷ ଓ ବାସ ଗୃହ ପାଇଁ ସରକାରୀ ଜମି ଯୋଗାଇ ଦେଖିବାକୁ ଦାବୀ କରିଥିଲେ ।

Leave a Reply

Your email address will not be published. Required fields are marked *