ଟିକାବାଲିରେ ଅଦିନିଆ କାଳ ବୈଶାଖୀରେ ବଜ୍ରପାତରେ ଯୁବତୀଙ୍କ ମୃତ୍ୟୁ….
କନ୍ଧମାଳ :- (କନ୍ଧମାଳ ଜିଲ୍ଲାରୁ କୁନା ଦିଗାଲ ଙ୍କ ରିପୋର୍ଟ) କନ୍ଧମାଳ ଜିଲ୍ଲା ଟିକାବାଲି ରେ ଅଦିନିଆ କାଳ ବୈଶାଖୀ ଘଡ଼ ଘଡ଼ି ବର୍ଷା ପବନରେ ବଜ୍ରପାତ ରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି l ଟିକାବାଲି ଥାନା ଅନ୍ତର୍ଗତ ବପଲମେଣ୍ଡି (ବି) ବାହାଡ଼ାସାହି ଗ୍ରାମପଞ୍ଚାୟତ ଅଧିନସ୍ଥ ଗୁଡାରସାହିର ବିମ୍ବାଧର ବିଷୋୟୀ ଙ୍କର ଦ୍ୱତୀୟ କନ୍ୟା ରୁପାଲୀ ବିଷୋୟୀ (ବୟସ ୨୩) ବର୍ଷ ବୋଲି ଜଣାପଡିଛିll ଏପରି ଏକ ସମ୍ବେଦନଶୀଳ ଘଟଣା ପାଇଁ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି । ସୂଚନା ଅନୁସାରେ ବାପା ବିମ୍ବାଧର ବିଷୋୟୀ ମାଆ ଅତୁଳ ବିଷୋୟୀ , ପୁଅ ସୁନିଲ୍ ବିଷୋୟୀ , ଓ ଝିଅ ରୁପାଲୀ ବିଷୋୟୀ ନିଜ ଘର ଗୁଡ଼ାରୀ ସାହି ରୁ ଆସି ଟିକାବାଲି ଆଖଣ୍ଡଳମଣି ମନ୍ଦିର ପାଖରେ ଭଡ଼ାଘରେ ରହୁଥିଲେ । ଅପରାହ୍ନ ଦିନ ୩.୧୫ ମିନିଟ୍ ସମୟରେ ଟିକାବାଲି ଅଞ୍ଚଳରେ କାଳ ବୈଶାଖୀର ତାଣ୍ଡବ ଲୀଳାରେ ଆଖିପିଛୁଳାଖେ ଉଡ଼ିଗଲା ପ୍ରାଣବାୟୁ l ଏହା ସହିତ ଅଞ୍ଚଳ ରେ ବିଭିନ୍ନ ସ୍ଥାନ ରେ ଗଛ ଡ଼ାଳ ଆଦି ପଡ଼ିଥିବାର ମଧ୍ୟ ଦେଖିବାକୁ ମିଳିଛି । ବିମ୍ବାଧର ବିଷୋୟୀ, ମାଆ ଅତୁଳ ବିଷୋୟୀ, ଝିଅ ରୁପାଲୀ ବିଷୋୟୀ ଭଡ଼ାଘରେ ଥିବାବେଳେ ,ହଟାତ ଘରେ ବିଜୁଳି ମାରିଥିଲା । ସେଥିରେ ବିମ୍ବାଧର ବିଷୋୟୀ ମାଆ ଅତୁଳା ବିଷୋୟୀ ସାମାନ୍ୟ ଆଘାତ ହେଇଥିବା ବେଳେ ରୁପାଲୀ ବିଷୋୟୀ ଙ୍କୁ ଅଧିକ ମାତ୍ରାରେ ଆଘାତ ହୋଇଥିବାର ସୂଚନା ରହିଛି । ଘଟଣା ସ୍ଥଳରୁ ପ୍ରଥମେ ସ୍ଥାନୀୟ ବାସିନ୍ଦା ବାପା , ମାଆ ଓ ଝିଅଙ୍କୁ ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ l ସେଥିରୁ ଜଣାପଡିଛି ଯେ ବାପା ଓ ମାଆ ସୁସ୍ଥ ଥିବାବେଳେ ଝିଅ ରୁପାଲୀଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଛନ୍ତି । ଘଟଣା ର ଖବର ପାଇ ଟିକାବାଲି ପୋଲିସ ଥାନା ଅଧିକାରିଣୀ କଲ୍ୟାଣୀ ମୟୀ ଷେଣ୍ଢ,ପହଞ୍ଚି ତଦନ୍ତ ଅନୁଯାଇ କେସ ନଂ 4/24 ରେ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀଣୀ ।