ଯୁବକ ର ଆତ୍ମହତ୍ୟା, ସନ୍ଦେହ ଘେରରେ।

ଯୁବକ ର ଆତ୍ମହତ୍ୟା, ସନ୍ଦେହ ଘେରରେ।
ଧରାକୋଟ ଥାନା ଅର୍ନ୍ତଗତ ପୋଡାପଲି ଗ୍ରାମରେ ସିମାଞ୍ଚଳ ପୋଲେଇ ନାମକ ଜଣେ ଯୁବକ ର ଶବ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତ ଯୁବକ ର ଘର କବିସୂର୍ଯ୍ୟ ନଗର ଥାନା ଅର୍ନ୍ତଗତ ବାଲିଆସିରା ଓ ରୁଣ ଟଙ୍କା ଆଦାୟ ପାଇଁ ଯାଉଛି ବୋଲି ଘରେ କହି ଆସିଥିଲା। କିନ୍ତୁ ଗତକାଲି ପୋଡାପଲି ଗ୍ରାମର ପଙ୍କଜ ପ୍ରଧାନ ନାମ୍ନୀ ଜଣେ ମହିଳା ସିମାଞ୍ଚଳ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କୁ ଜଣାଥିଲା ଓ ତା’ର ସାନଭାଇ ବାଲିଆସିରା ଗ୍ରାମରୁ ଆସି ସିମାଞ୍ଚକୁ ଝୁଲୁଥିବା ଅବସ୍ଥାରେ ଦେଖି ପୋଲିସ କୁ ଖବର ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଥିଲାବେଳେ ମୃତକର ଭାଇ ସିମାଞ୍ଚଳକୁ ହତ୍ୟା କରି ଝୁଲାଇ ଦିଆଯାଇଛି ବୋଲି ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ୩/୨୦୨୫ ଅନୁଯାୟୀ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।