ଗ୍ୟାସ ବୋଝେଇ ଟ୍ରକ ଧକ୍କାରେ ପତ୍ନୀଙ୍କ ମୃତ୍ୟୁ, ସ୍ବାମୀ ଗୁରୁତର।
ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା ବେଳେ ସ୍ବାମୀ ଡାକ ତରାଇ ଗୁରୁତର ଆହତ ହୋଇ ପ୍ରଥମେ ଖଲ୍ଲିକୋଟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣା ଘଟିଛି ଖଲ୍ଲିକୋଟ ବ୍ଳକ୍ କାର୍ଯ୍ୟାଳୟ ସମ୍ମୁଖରେ। ଖୋଜାପଲ୍ଲୀ ଗ୍ରାମର ଡାକ ତରାଇ ମଥୁରା ଗ୍ରାମରୁ ଭୋଜି ଖାଇ ସ୍କୁଟି ଗାଡ଼ି ରେ ନିଜ ଗ୍ରାମ କୁ ଫେରୁଥିବା ବେଳେ ପଛପଟୁ ଏକ ଗ୍ୟାସ୍ ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ସ୍ତ୍ରୀ ର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ଡାକକୁ ଡାକ୍ତରଖାନାକୁ ପଠାଇ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ କୁ ଅଟକ ରଖି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

