ଆଜି ମାନ୍ୟବର ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ମହେଶ୍ୱର ସାହୁ ଙ୍କର ରାୟଗଡା ଜିଲ୍ଲା ଗସ୍ତ ରେ ଆସିଛନ୍ତି l ଏହି ଅବସୋର ରେ ମାନ୍ୟବର ମନ୍ତ୍ରୀ ପାତ୍ର ଙ୍କୁ ରାୟଗଡା ରେଲ ଷ୍ଟେସନ ଠାରେ ରାୟଗଡା ଜ଼ିଲ୍ଲା ବିଜେପି ସଭାପତି ଏମ ଗୋପୀ ଆନନ୍ଦ, ଶିବ ଉଲାକା,ରାୟଗଡା ଟ୍ରକ ମାଲିକ ସଭାପତି ତଥା ବରିଷ୍ଠ ବିଜେପି ନେତା ଭେଙ୍କଟେଶ୍ୱର ରାଓ ଓରଫ କୋଣ୍ଡା ବାବୁ, ପଦ୍ମନାଭ ଦାସ ଟୁଟୁ ଦାସ, ସୋନିଆ ସୁବୁଦ୍ଧି,କାଳିରାମ ମାଝୀ, ଜିତୁ ବେହେରା, ରଜତ ମଦଲା, ମଞ୍ଜୁଳା ମିନିୟାକା, ସଞ୍ଜୟ ଶର୍ମା,ହାସୁ ଭାଈ, କେ ସି ପଟ୍ଟନାୟକ, ଲଷ୍ମୀ ମୋହନ ପଟ୍ଟନାୟକ, କେ ଶ୍ରୀନିବାସ, ହରି ହର ହିମରିକା ଙ୍କ ସମତେ ବହୁ ବିଜେପି କର୍ମୀ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହିତ ସ୍ଥାନୀୟ ପ୍ରଦକ୍ଷଣ ଗୃହ କୁ ପାଛୋଟି ନେଇଥିଲେ lମାନ୍ୟବର ମନ୍ତ୍ରୀ ଆସନ୍ତା କାଲି ତା:୨୩/୦୫/୨୦୨୫ ସକାଳ ୮.୦୦ ଟା ସମୟରେ ସ୍ଥାନୀୟ ବି. ନାରାୟଣ ପୁର ଠାରେ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ ଚାଷୀ ମାନଙ୍କ ସହ ଆଲୋଚନା କରିବେ। ପରେ ପରେ ଡି ଆର ଡି ଏ ସମ୍ମିଳନୀ ଗୃହ ରେ ନୂତନ ଖାଉଟି ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରିବେ lଦିନ ୧୧.୦୦ ଟା ସମୟରେ ରାୟଗଡ଼ା ନଗର ସ୍ଥିତ ମ୍ୟୁନିସିପାଲଟିର ବିଜୁପଟ୍ଟନାୟକ ଅଡିଟରିୟମ ଠାରେ ଚାଷୀ ମାନଙ୍କୁ ଉଦବୋଧନ ଦେବା ସହିତ ଧାନ କୁଇଣ୍ଟାଲ ପିଛା ୩୧୦୦.୦୦ ଟଙ୍କା ଚାଷୀ ମାନେ ପାଇଥିବା ହେତୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟଵାଦ ଜଣାଇବାର କାର୍ଯ୍ୟକ୍ରମ ରହିଛି lଅପରାହ୍ନ ରେ ମନ୍ତ୍ରୀ ଭାକୁରୁଗୁଡା ସ୍ଥିତ ପ୍ଲାନେଟରିୟମ ଓ ବିଜ୍ଞାନ ପାର୍କ ଦର୍ଶନ କରିବା ସହିତ ଭୁଜବଳ ନିକଟସ୍ଥ ମେଗା ଫୁଡ ପାର୍କ ପରିଦର୍ଶନ କରିବା ର କାର୍ଯ୍ୟକ୍ରମ ରହିଛି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
