କୋଡିଙ୍ଗା ମାଳି ରୁ ବକ୍ସାଇଟ ବେଦାନ୍ତ ନେଲେ ଆଦିତ୍ୟ ଆଲୁମିନା ର ଭବିଶ୍ଵତ ପାଇଁ ଚିନ୍ତାରେ ଅଞ୍ଚଳ ବାସି
ରାୟଗଡ଼ା (ପ୍ରଫୁଲ୍ଲ କୁମାର ବେହେରା)୨୦/୦୫ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କଂସା ରିଗୁଡ଼ା ଠାରେ ହେବାକୁ ଥିବା ଆଦିତ୍ୟ ଆଲୁମିନା ରିଫାନେରୀ ପ୍ରକଳ୍ପ ପାଇଁ ଅଞ୍ଚଳ ବାସି ଦିର୍ଘ୨୦ ବର୍ଷ ଅହ ରହ ସଂଗ୍ରାମ କରି ଚଳିତ ବର୍ଷ ନିଜ ଲକ୍ଷ୍ୟ ସ୍ଥଳ ରେ ପହଞ୍ଚି ଥିବା ବେଳେ ବେଦାନ୍ତ କମ୍ପାନୀ ଏଠାରେ କୋଡିଙ୍ଗା ମାଳିରୁ୩ମିଲିୟନ ଟନ ରୁ ୬ମିଲିୟନ ବକ୍ସାଇଟ ନେବା ପାଇଁ ଯୋଜନା କରୁଥିବା ଜାଣି ଆଜି ପୋଡ଼ା ପାଡ଼ି ପଂଚାୟତ ବଡ ମାଟି କଣା ଠାରେ ଏକ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଥିଲା ଉକ୍ତ ବୈଠକରେ କୋରାପୁଟ ସାଂସଦ ଶପ୍ତ ଗିରୀ ଶଙ୍କର ଉଲ୍ଲକା ରାୟଗଡ଼ା ବିଧାୟକ ଆପଲ ସ୍ବାମୀ କଡରାକା ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ସରସ୍ୱତୀ ମାଝୀ ବରିଷ୍ଟ ବିଜେଡି ନେତା ଜଗଦୀଶ ପାତ୍ର ବିନୋଦ ନାୟକ ସମାଜ ସେବୀ ବିଦ୍ୟା ଦୁରିଆକାଶୀପୁର ବ୍ଲକ ଅଧକ୍ଷ କଣ୍ଠସ୍ୱର ମାଝୀ କାଶିପୁର ଓ ଲକ୍ଷ୍ମୀ ପୂରବ୍ଲକର ସରପଞ୍ଚ ସମିତି ସଭ୍ୟ ଉପସ୍ଥିତ ରହି ଥିବା ବେଳେ ପୁର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସାଗରିଆ ବିଭୀଷଣ ମାଝି କୈଳାସ କୁଲେଶିକା ଉପସ୍ଥିତ ରହି ଅଞ୍ଚଳର ସ୍ବାର୍ଥ ଦୃଷ୍ଟି କୁ ଆଖି ଆଗରେ ରଖିକୋଡ଼ିଂଗା ମାଳି ରୁ ବକ୍ସାଇଟ୍ ନଦେବା ପାଇଁ ଆଗାମୀ ଦିନରେ ଏକ ଲିଖିତ ଅଭିଯୋଗ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଜିଲ୍ଲା ପାଳ ରାୟଗଡ଼ା କୋରାପୁଟ ଙ୍କୁ ନିବେଦନ କରାଈ ଅଂଚଳରେ ଗଡି ଉଠୁଥିବା ଆଦିତ୍ୟ ଆଲୁମିନା ପ୍ରକଳ୍ପ ରେ ସ୍ଥାନୀୟ ଅଞ୍ଚଳ ବାଶୀଙ୍କ ମୌଳିକ ସମସ୍ୟା ପ୍ରତି ଧ୍ୟାନ ଦେବା ପାଇଁ ଦାବୀ ଉପସ୍ଥାପନା କରାଯିବ ବୋଲି ଉପସ୍ଥିତ ବିସ୍ଥାପିତ ଅଞ୍ଚଳ ବାସୀଙ୍କ ସମ୍ମୁଖରେ ବକ୍ତବ୍ୟ ରଖି ଥିଲେ ଆଜିର ଏହି କାର୍ଯ୍ୟ କ୍ରମ କୁ ଆଞ୍ଚଳିକ ବିକାଶ ପରିଷଦର ସଭାପତି ଡଉଲ ରତ୍ନ ଚୌଧୁରୀ ଉପ ସଭାପତି ନିଳକଣ୍ଠ ଝୋଡ଼ିଆସମ୍ପାଦକ ରାଜେନ୍ଦ୍ର ଦୁରିଆ ମଞ୍ଚ ପରିଚାଳନା କରି ଥିବା ବେଳେ ଅର୍ଜିମାଝୀ ଲକ୍ଷ୍ମୀ ଧର ବାଘ ମଧୁ ଝୋଡ଼ିଆ ତିର୍ପତି ଝୋଡିଆ ସଞ୍ଜୀବ ବାଘ ସୁବାସ ବାଘ ବିପିନ ମଣ୍ଡିଙ୍ଗା କର୍ଣ ମୁଦୁଲି ବିଦ୍ୟା ରତ୍ନ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ କ୍ରମ କୁ ସହଯୋଗ କରିଥି । ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ
