ସମାଜସେବା ନିମନ୍ତେ ମଙ୍ଗଳ ବିଭାଗ ଶିକ୍ଷକ ପ୍ରଦୀପ ଚୌଧୁରୀ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ମାନିତ
ରାୟଗଡା : ରାୟଗଡା ଜ଼ିଲ୍ଲା ର ପଦ୍ମପୁର ବ୍ଲକ ର ଖମାପଦର ଗ୍ରାମ ର ପ୍ରଦୀପ କୁମାର ଚୌଧୁରୀ ରାୟଗଡା ଜ଼ିଲ୍ଲା ମଙ୍ଗଳ ବିଭାଗ ର କୃଷି ଶିକ୍ଷକ ଭାବେ ଗତ 1996 ମସିହା ରୁ କାର୍ଯ୍ୟରତ l ଏହି ସମୟରେ ଚୌଧୁରୀ ବର୍ତମାନ ସୁଦ୍ଧା 8 ଗୋଟି ଉଚ୍ଚ ବିଦ୍ୟାଳୟ ରେ ଅତିସୁଚାର ରୂପେ କାର୍ଯ୍ୟ ସମ୍ପାଦନ କରି ବର୍ତମାନ ସେ ଚନ୍ଦ୍ରପୁର ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ରେ କାର୍ଯ୍ୟରତ ଅଛନ୍ତି l ସେ ଯେଉଁ ସ୍କୁଲ ରେ ଯୋଗଦାନ କରନ୍ତି ତାହାରି ବାତାବରଣ କୁ ସମ୍ପୂର୍ଣ୍ଣ ଭବେ ବଦଳେଇବା ରେ ସକ୍ଷମ l ସ୍କୁଲ ପରିସରରେ ଅବସ୍ଥିତ ପଡିଆ ଟେ ବିଭିନ୍ନ ପ୍ରକାର ପନିପରିବା ସହିତ ବିଭିନ୍ନ ପ୍ରକାର ଫୁଲ ଗଛ ମାନ ଲଗାଇ ପରିବେଶ କୁ ଅତିସୁନ୍ଦର ରୂପେ ନିର୍ମାଣ କରନ୍ତି l ଶିକ୍ଷକତା ସହିତ ସେ ସମାଜ ର ଅବହେଳିତ ଆଦିବାସୀ ବ୍ୟକ୍ତି ଙ୍କ ନିମନ୍ତେ ବିଭିନ୍ନ ପ୍ରକାର ର ସହଯୋଗ କରିବାର ଦେଖିବାକୁ ମିଳୁଛି l ମେଡିକାଲ ରର ଯେଉଁ ରୋଗୀଙ୍କୁ ରକ୍ତ ଦରକାର ତାଙ୍କୁ ନିଜେ ରକ୍ତଦାନ କରିବା ସହିତ ଅନ୍ୟ ବ୍ୟକ୍ତି ଙ୍କ ଦ୍ୱାରା ରକ୍ତ ଯୋଗାଇବା ର ବ୍ୟବସ୍ତା କରନ୍ତି l ଏଥିପାଇଁ ଶିକ୍ଷକ ପ୍ରଦୀପ ଙ୍କୁ ପୁରୀ, ଭୁବନେଶ୍ୱର ଠାରେ ବିଭିନ୍ନ ସମ୍ମାନ ରେ ସମ୍ମାନୀତ ହେବାରେ ସକ୍ଷମ ହୋଇପାରିଛନ୍ତି l ପୁରୀ ଠାରେ ଶ୍ରୀକ୍ଷେତ୍ର ପ୍ରତିଭା ସମ୍ମାନ, ଡ଼କ୍ଟର ଏ ପି ଜେ ଅବଦୁଲ କାଲାମ ପ୍ରଫେସନଲ ଏଚିଭେର ଆୱାର୍ଡ, ବେଳାଭୂମି ସୋସାଇଟି ସଂସଦ ପକ୍ଷରୁ ସୁରେନ୍ଦ୍ର ନାୟକ ସ୍ମୃତି ସମ୍ମାନ, ହେପି ମୁମେଣ୍ଟସ ପକ୍ଷରୁ ଇଣ୍ଡିଆନ ଗ୍ଲୋରି ଆୱାର୍ଡ ସହିତ ଚକ ଦେ ସୁପେର 50,ଏକାମ୍ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହୋଇ ମଙ୍ଗଳ ବିଭାଗ ସହିତ ପଦ୍ମପୁର ଅଂଚଳ ର ନାଁ କୁ ସମାଜରେ ପ୍ରତିଷ୍ଠା କରିପାରିବାରେ ସକ୍ଷମ ହୋଇଥିବା ରୁ ଚାରିଆଡ ରୁ ଅଭିନନ୍ଦନ ର ସୁଅ ଛୁଟି ବାରେ ଲାଗିଛି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
