ସେମିଳିଗୁଡାରେ ଅନ୍ତଃରାଷ୍ଟ୍ରୀୟ ମାନର କମ୍ପ୍ୟୁଟର ପାଠ୍ୟକ୍ରମ ପାଇଁ ସଚେତନତା ଭ୍ଯାନ ଉଦ୍ଘାଟିତ। ସେମିଳିଗୁଡା.ତାରିଖ ୨୬,୪,୨୦୨୫:ସେମିଳିଗୁଡାର ଇମ୍ଫୋଟେକ୍ କମ୍ପ୍ୟୁଟର ସେଣ୍ଟର ତରଫରୁ ଜୟପୁରରୁ ଆସିଥିବା ଅନ୍ତଃରାଷ୍ଟ୍ରୀୟ ମାନର କମ୍ପ୍ୟୁଟର ପାଠ୍ୟକ୍ରମ ପାଇଁ ସଚେତନତା ଭ୍ଯାନ ଉଦଘାଟନ ହୋଇ ଯାଇଛି।ଏହି ଉଦଘାଟନ ଉସ୍ଚବରେ ମୂଖ୍ଯ ଅତିଥି ଭାବରେ ସମାଜସେବୀ ତଥା ଲିଭ ଫର ଅଦର୍ସର ସାଧାରଣ ସମ୍ପାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ଓ ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ଚିତ୍ତରଞ୍ଜନ ମିଶ୍ର ଯୋଗଦେଇ ଶିକ୍ଷା ଓ ଅଭ୍ୟାସ କିପରି ଜ୍ଞାନକୁ ଶାଣିତ କରେ ଓ ଏଆଇ ଯୁଗରେ କମ୍ପ୍ୟୁଟର ପାଠ୍ୟକ୍ରମର ଆବଶ୍ୟକତା କେତେ ବେଶୀ ,ସେ ଉପରେ କହିଥିଲେ।ଫିତା କାଟିତପନ ଡକ୍ଟର ମିଶ୍ର ଓ ଶ୍ରୀମତୀ ମିଶ୍ର ଭ୍ଯାନକୁ ଉଦଘାଟନ କରିଥିଲେ। କମ୍ପ୍ୟୁଟର ସେଣ୍ଟରର ପ୍ରତିଷ୍ଠାତା ତପନ କୁମାର ବେହେରା ଜଣାଇ ଥିଲେ ଯେ ଜୟପୁରରୁ ଆସିଥିବା ଏହି ଭ୍ଯାନ ସଚେତନତା ସୃଷ୍ଟି କରିବାକୁ ବିଭିନ୍ନ ଗ୍ରାମ ପରିକ୍ରମା କରିବ।ଏହି ସରକାରୀ ସ୍ବୀକୃତି ପ୍ରାପ୍ତ ସେଣ୍ଟରରେ ଓଏସସିଆଇଟି,ଓଏସସିଆଇଟି -ଏ,ଓଏସସିଆଇଟି ଏ+ପାଠ୍ୟକ୍ରମର ବ୍ୟବସ୍ଥା ରହିଛି।କାର୍ଯ୍ୟକ୍ରମରେ ଭାସ୍କର ବେହେରା,ସୁନିତା ବେହେରା,ଖୁସି ଦାସ ଉପସ୍ଥିତ ଥିଲେ।
