ମାଁ ବୁଢ଼ୀ ଠାକୁରାଣୀଙ୍କ ଅସ୍ଥାୟୀ ପୀଠ ନିକଟରେ ବ୍ରହ୍ମପୁର ଭି ଭି ଗିରି ସରକାରୀ ମହିଳା ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ଚାନ୍ଦିନୀ ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ଗାଇଡ ଓ ରେଡକ୍ରସ ତରଫ ରୁ ଦହି ଚଲ୍ହା ବଣ୍ଟନ ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗାଇଡ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ସୂର୍ଯ୍ୟମଣି ନାୟକ ଓ ଚାନ୍ଦିନୀ ମହାପାତ୍ର ଓ ରେଡକ୍ରସ ଦାୟିତ୍ୱ ରେ ଥିବା ଶିକ୍ଷୟିତ୍ରୀ ସୁଜ୍ଞାନୀ କୁମାରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ପ୍ରଭାତ ମଞ୍ଜରୀ ମିଶ୍ର, ଭାଗ୍ୟଲତା ପାଣିଗ୍ରାହୀ ,ଜୟନ୍ତି ବାଳା ବିଶୋୟୀ ଓ ରାଜେଶ୍ୱରୀ ରାଓ, ପିଲାମାନଙ୍କ ସହ ଅଭିଭାବକମାନେ ପଣା ବଣ୍ଟନ ଓ ଭକ୍ତ ମାନଙ୍କ ଧାଡ଼ି ବାନ୍ଧି ମାଁଙ୍କ ଦର୍ଶନରେ ସହଯୋଗ କରିଥିଲେ ।
