ଆଉ ୪ ଦିନ ମାଁ ବୁଢ଼ୀ ଠାକୁରାଣୀଙ୍କର ଯାତ୍ରା,,,
ଗତ ଏପ୍ରିଲ ୩ ତାରିଖ ମଧ୍ୟ ରାତ୍ରୀରେ ମାଁ ବୁଢ଼ୀ ଠାକୁରାଣୀ ଶାଶୁ ଘରୁ ମାଁ ଘର ଦେଶୀ ବେହେରା ସାହିକୁ ଆସି ଆଜକୁ ୨୩ ଦିନ ହେଲା ଉକ୍ତ ସାହି ସ୍ଥିତ ଅସ୍ଥାୟୀ ମଣ୍ଡପରେ ପୁଜା ପାଉଛନ୍ତି ଓ ପ୍ରତ୍ୟହ ସନ୍ଧ୍ୟା ରେ ବିଭିନ୍ନ ସାହି ପରିକ୍ରମା କରି ବିଭିନ୍ନ ସାହିର ରଥ ଓ କଳାକୁଞକୁ ନିମନ୍ତ୍ରଣ କରିବା ସହ ଶ୍ରଦ୍ଧାଳୁମାନେ ମାଁ କୁ ପାଦ ଧୋଇ ପଣା ଓ ଭୋଗ ପ୍ରସାଦ ଇତ୍ୟାଦିରେ ଆପ୍ୟାୟିତ କରିଥାଆନ୍ତି। ପରବର୍ତ୍ତୀ ସମୟରେ ମାଁ ଙ୍କ ଘଟ ପରିକ୍ରମା କାର୍ଯ୍ୟକ୍ରମ ରେ ବିଭିନ୍ନ ସାହି ରେ ଅନୁଷ୍ଠିତ ରଥ ଓ କଳାକୁଞକୁ ଉଦଘାଟନ କରିବା ସମୟରେ ସାରା ଯାତ୍ରା ଅଞ୍ଚଳରେ ଅସମ୍ଭବ ଭିଡ ପରିଲକ୍ଷିତ ହେଉଛି। ଏତଦବ୍ୟତୀତ ବିଭିନ୍ନ ସାହିର ଶ୍ରଦ୍ଧାଳୁ ଭକ୍ତମାନେ ଯାତ୍ରୀ ମାନଙ୍କୁ ବିଭିନ୍ନ ପ୍ରସାଦ ତଥା ହାଲୁଆ, ଖେଚୁଡ଼ି, ମିଠା ଓ ଅନ୍ନପ୍ରସାଦ ପରଷିବା ସହ ବିଭିନ୍ନ ସେବା ପ୍ରଦାନ କରୁଛନ୍ତି। ମାଁ ଙ୍କ ଯାତ୍ରା ଉପଲକ୍ଷେ ବିଭିନ୍ନ ମାନସିକଧାରୀ ବେଶ ପୋଷାକ ରେ ମାଁ ଦର୍ଶନ କରି କୃପାଲାଭ କରୁଛନ୍ତି। ବିଶେଷ କରି ବାଘ ବେଶ ଓ ଡାହାଣୀ ବେଶ୍ ମନଛୁଆଁ ହୋଇପାରିଛି। ସରକାରୀ ପ୍ରଶାସନ ର ପଦକ୍ଷେପ ସ୍ୱରୂପ ଅଗ୍ନିଶମ ବିଭାଗ,ସ୍କାଉଟ୍ ଓ ଗାଇଡ୍ ସଂସ୍ଥା ପୋଲିସ ପ୍ରଶାସନର ସେବା ବହୁତ ସୁନ୍ଦର ପରିଲକ୍ଷିତ ହେଉଛି। ବହୁ ପୁରାତନ ଲଣ୍ଡା ବେଶ ଓ ଦଳୁଆ ସାହିର ଗୁରୁ ନାନକ ବେଶ ଆଜି ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି।
