ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ ହୋଇଯାଇଛି।

ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ ହୋଇଯାଇଛି। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ଅଦ୍ୟତା.୨୪-୦୪-୨୦୨୫ରିଖ ଗୁରୁବାର ଦିନ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଭେଡେନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଚାଲିଥିବା ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳାର ସକାଳ ବନ୍ଦନା କାଳାଂଶରେ ଶ୍ରୀଯୁକ୍ତ ଶିବାନନ୍ଦ ଦାଶ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରିଥିଲେ। ବନ୍ଦନା କାଳାଂଶରେ ଶ୍ରୀଯୁକ୍ତ ଶଙ୍କର୍ଷଣ ମିଶ୍ର,ଶ୍ରୀଯୁକ୍ତ ଅଶୋକ କୁମାର ଧର,ଶ୍ରୀଯୁକ୍ତ ଭୋଜରାଜ ଦୁଆନ୍,ଶ୍ରୀଯୁକ୍ତ ମକୁନ୍ଦ ମହାରଣା, ଶ୍ରୀଯୁକ୍ତ ନରେନ୍ଦ୍ର ରଣା, ଶ୍ରୀଯୁକ୍ତ ସୁବ୍ରତ କୁମାର ଶତପଥୀ ମଞ୍ଚାସୀନ ଥିଲେ।ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଶ୍ରୀଯୁକ୍ତ ଭବାନୀ ଶଙ୍କର ପାଢ଼ୀ(ସକାଳ ପ୍ରତିନିଧି ,ଥୁଆପାଲି ),ଶ୍ରୀଯୁକ୍ତ ମୁକୁନ୍ଦ ଷଡ଼ଙ୍ଗୀ(ସମ୍ବାଦ ପ୍ରତିନିଧି, ଭେଡେନ),ଶ୍ରୀଯୁକ୍ତ ସୋମନାଥ ଭୋଇ(ପ୍ରମେୟ ପ୍ରତିନିଧି ଥୁଆପାଲି )ଅତିଥି ଭାବରେ ଯୋଗ ଦେଇ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କୁ ମାର୍ଗଦର୍ଶନ ଦେଇ ଉତ୍ସାହିତ କରିଥିଲେ ।ଶ୍ରୀଯୁକ୍ତ ଅଶୋକ କୁମାର ଧର ଫୁଲ ଗୁଚ୍ଛ ଓ ଉପଢୌକନ ଦ୍ବାରା ଅତିଥି ମାନଙ୍କୁ ସମ୍ମାନିତ କରିଥିଲେ।ଶ୍ରୀଯୁକ୍ତ ମକୁନ୍ଦ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ତଥା ମୁଖ୍ୟବକ୍ତା ଭାବରେ ଶ୍ରୀଯୁକ୍ତ ଭୁବନେଶ୍ୱର ସାହୁ(ବିଶ୍ବ ହିନ୍ଦୁ ପରିଷଦ, ଚେତନା ପରିଷଦର ସଂପାଦକ) ଯୋଗଦାନ କରି “ଯୁଗାନୁକୂଳ ବିଦ୍ୟାଳୟ”ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ।ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ବାରିକ ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ସଂକୁଳ ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ଦାଶ କାର୍ଯ୍ୟକ୍ରମର ବୃତ୍ତ ପଠନ କରିଥିଲେ।ଗୁରୁମା ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ଶ୍ରୀମାନ୍ ନିଶାନ୍ତ ମହାରଣା ବ୍ୟକ୍ତିଗତ ଗୀତ ପରିବେଷଣ କରିଥିଲେ।ପଶ୍ଚିମ ସଂଭାଗ ସଂଯୋଜକ ଶ୍ରୀଯୁକ୍ତ ଜ୍ୟୋତିରଞ୍ଜନ ମିଶ୍ର କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରି ବିଦ୍ୟାଳୟ ମାନଙ୍କରେ କ୍ରିୟାନ୍ବୟନ କରିବା ପାଇଁ ମାର୍ଗ ଦର୍ଶନ ଦେଇଥିଲେ।ପରିଚାଳନା ସମିତିର ସଂପାଦକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ବେହେରା ଓ ସଭାପତି ଶ୍ରୀଯୁକ୍ତ ପୁଷ୍ପ କୁମାର ମେହେର ମଞ୍ଚାସୀନ ଥାଇ ଅତିଥି ଅଧିକାରୀ ମାନଙ୍କୁ ଉପଢୌକନ ଓ ଫୁଲ ଗୁଚ୍ଛ ଦ୍ଵାରା ସମ୍ମାନିତ କରିଥିଲେ।କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ଭୋଜରାଜ ଦୁଆନ ପରିଚାଳନା କରିଥିଲେ। ପରିଶେଷରେ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ଯାଳୟର ସମସ୍ତ ଗୁରୁଜୀ ଗୁରୁମା ସେବକ ସେବିକା କାର୍ଯ୍ୟକ୍ରମକୁ ସାହାଯ୍ୟ ଓ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *