ବୋଲେରୋ ଗାଡି ଦୁର୍ଘଟଣା ଗ୍ରସ୍ତ,୧୦ ଆହତ।

ବୋଲେରୋ ଗାଡି ଦୁର୍ଘଟଣା ଗ୍ରସ୍ତ,୧୦ ଆହତ।
ଛତ୍ରପୁର ଜାତୀୟ ରାଜପଥ ଉଜ୍ଜଳେଶ୍ଵର ମନ୍ଦିର ନିକଟରେ ଏକ ବୋଲେରୋ ର ଡ଼୍ରାଇଭର ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡ଼ିବାରୁ ଗାଡ଼ି ଓଲଟି ପଡିଥିଲା ଓ ଗାଡ଼ିରେ ବସିଥିବା ୫ ଛାତ୍ରଛାତ୍ରୀ ସମେତ ଅଭିଭାବକ ଓ ଡ଼୍ରାଇଭର ଗୁରୁତର ଆହତ ହୋଇ ଛତ୍ରପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଭୁବନେଶ୍ୱରର ଏକ ଶିକ୍ଷାନୁଷ୍ଠାନ ରେ ପଢୁଥିବା ଆହତ ଛାତ୍ରଛାତ୍ରୀମାନେ ସ୍କୁଲ୍ ଛୁଟି ହେତୁ ଗଜପତି ଜିଲ୍ଲା ଚନ୍ଦ୍ରଗିରି ଅଞ୍ଚଳର ନିଜ ଘରକୁ ଫେରିଲା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଗ୍ରସ୍ତ ବୋଲେରୋ ଗାଡ଼ିଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଜନୈକ ସମାଜସେବୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *