ସେମିଳିଗୁଡା ବି.ଇ.ଓଙ୍କ ନେତୃତ୍ବରେ ବିଶାଳ ରକ୍ତଦାନ ଶିବିର।

ସେମିଳିଗୁଡା ବି.ଇ.ଓଙ୍କ ନେତୃତ୍ବରେ ବିଶାଳ ରକ୍ତଦାନ ଶିବିର। ସେମିଳିଗୁଡା.ତାରିଖ ୨୩,୪,୨୦୨୫:ସେମିଳିଗୁଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଚମେଲୀ ମଜୁମଦାର ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରି ଗ୍ରୀଷ୍ମ ପ୍ରବାହରେ ରକ୍ତର ଆବଶ୍ୟକତା ଥିବା ସମୟରେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ଯାଳୟ ତରଫରୁ ଏହି ରକ୍ତଦାନ ଶିବିର ସେମିଳିଗୁଡାର ବିଲେଇଗୁଡା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜନ କରାଯାଇଥିଲା। ଏଥିରେ ମୂଖ୍ଯ ଅତିଥି ଭାବରେ କୋରାପୁଟ ବିଧାୟକ ଶ୍ରୀଯୁକ୍ତ ରଘୁରାମ ମାଛ, ସମ୍ମାନିତ ଅତିଥି ଭାବରେ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ମହାନ୍ତି ଯୋଗଦେଇ ଥିଲେ। ଅନ୍ୟ ମାନଙ୍କ ମଧ୍ଯରେ ପୌରାଧ୍ୟକ୍ଷ ରାଜେନ୍ଦ୍ର କୁମାର ପାତ୍ର, ଶିକ୍ଷାବିତ ତଥା ଏଫବିଡିଓ କୋରାପୁଟ ଶାଖାର ଉପଦେଷ୍ଟା ଡକ୍ଟର ଚିତ୍ତରଞ୍ଜନ ମିଶ୍ର ,ଲିଭ ଫର ଅଦର୍ସ ଓ ଏଫବିଡିଓର ସାଧାରଣ ସମ୍ପାଦିକା ତଥା ରକ୍ତଦାତ୍ରୀ ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ,ଏଫଡିିଓ ସଭାପତି ନରେଶ ଚନ୍ଦ୍ର ସାହୁ,ସାଏଦା ପରବିନ ପ୍ରମୂଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉସ୍ଚାହିତ କରିବା ସହ ସହଯୋଗ କରିଥିଲେ। ସେମିଳିଗୁଡା ତହସିଲଦାର ଶ୍ରୀ ଦେବବ୍ରତ କରାଟେ ଅତିଥି ଭାବରେ ଯୋଗଦେଇ ଶିବିର ପରିଚାଳନାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ।ପୂର୍ବତନ ବିଧାୟକ ପିତମ ପାଢୀ ରକ୍ତଦାନ କରିଥିଲେ।ସମସ୍ତ ବିଆରସି,ସିଆରସି,ଶିକ୍ଷକ,ଶିକ୍ଷୟତ୍ରୀ ଶିବିରରେ ଯୋଗ ଦେଇ ରକ୍ତଦାନ କରିଥିଲେ।ସେମିଳିଗୁଡାରେ ବହୁଦିନ ପରେ ଏକ ମେଗା କ୍ୟାମ୍ପ ଅନୁଷ୍ଠିତ ହୋଇ ଥିଲା।ଶ୍ରୀମତୀ ମଜୁମଦାରଙ୍କ ଏହି ସାମାଜିକ ପ୍ରତିବଦ୍ଧତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛ ଶିବିରରେ ସମୁଦାୟ ୩୦୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।ବିଜୟ ଇଡିଂଗ ,ପ୍ରଣତି ନାୟକ, ବିଭୂତି ସାହୁ,ସୁବ୍ରତ ନାୟକ, ଶ୍ରୀ ବିପିିନ ବିଶ୍ଵାଳ,ଜିତେନ୍ଦ୍ର ନାୟକ,ମୁନିବର ସ୍ବାଇଁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ରକ୍ତ କେନ୍ଦ୍ରର ଡାକ୍ତର ମଧୁସୂଦନ ବଳିୟାରସିଂହ ଓ ତାଙ୍କ କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ।

Leave a Reply

Your email address will not be published. Required fields are marked *