ଟିକାବାଲି ରେ ଅଦିନିଆ କାଳ ବୈଶାଖୀର ତାଣ୍ଡବ ….

ଟିକାବାଲି ରେ ଅଦିନିଆ କାଳ ବୈଶାଖୀର ତାଣ୍ଡବ ….

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ) ଟିକାବାଲି ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗ କୁ କୁଆ ପଥର ଏବଂ ଭୟଙ୍କର ପବନ ବହିବା ହେତୁ ଟିକାବାଲି ଅଞ୍ଚଳ ରେ ଅନେକ ଗଛ ସହିତ ଚାଳ ଛପର, ଭାଙ୍ଗି ଥିବା ଦେଖିବାକୁ ମିଳିଛି l ଅଞ୍ଚଳ ରେ ବିଦ୍ୟୁତ ତାର ଖୁଣ୍ଟ ରୁ ଛିଡି ପଡିଛି ବିଶେଷକରି ଛତିଝାର ଛକ ଠାରୁ ଟିପାରିଗାଁ ରାସ୍ତାର ଦୁଇ ପାର୍ଶ୍ଵରେ ଥିବା ଗଛ ଗୁଡିକ ପବନ ର ବେଗ ସମ୍ଭାଳି ନ ପରି ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି l କାଳ ବୈଶାଖୀ ର ତାଣ୍ଡବ ଯୋଗୁଁ ରାସ୍ତା ରେ ଯାତାୟାତ ବହୁ ସମୟ ଧରି ଗାଡି ମଟର ଯାତାୟାତ ସମ୍ପୂର୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି l ସେହି ପରି ବପଲମେଣ୍ଡି ବି ପଂଚାୟତ ର ଗୁମାଗଡ଼ ଗ୍ରାମରେ ଗଛ ମୂଳରେ ଆଶ୍ରୟ ନେଇଥିବା ପାଞ୍ଚ ଗୋଟି ବଳଦ ବିଜୁଳିରେ ଆଘାତ ଯୋଗୁଁ ଘାଟଣ ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି l ଉକ୍ତ ବଳଦ ସାହୁକାର କୁ ଉଚିତ କ୍ଷତି ପୂରଣ ସହାୟତା ପାଇଁ ନାଏବ ସରପଞ୍ଚ ଶ୍ରୀ ଯୁକ୍ତ ମନୋଜ ପ୍ରଧାନ ପଶୁ ଚିକିତ୍ସା ଅଧିକାରୀଙ୍କୁ ନିବେଦନ କରିଛନ୍ତି l ଅପର ପକ୍ଷରେ ରାସ୍ତାରେ ପଡ଼ିଥିବା ଗଛ କୁ ଗ୍ରାମର ସ୍ବେଛାସେବୀ ଅରବିନ୍ଦ ମହାପାତ୍ର, ନଟିଆ ଦିଗାଲ, ହେମନ୍ତ ଦିଗାଲ, କାଁହ୍ନୁ ଚରଣ ମଳିକ, କ୍ରିଷ୍ଣା ଚନ୍ଦ୍ର ଦିଗାଲ ପ୍ରମୁଖ ଗଛକାଟି ରାସ୍ତା ଅବରୋଧ ଆଟେଇ ଥଲେ l ଯାତାୟାତ କୁ ସ୍ୱାଭାବିକ ପରିସ୍ଥିତି କୁ ଆଣିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ l ଇଲେକ୍ଟ୍ରି ବିଭାଗକୁ କରେଣ୍ଟ ସମସ୍ୟା ସମାଧାନ ପାଇଁ ସୂଚାଇ ଦିଆଯାଇଥିଲା l ବାସ୍ତବରେ ପ୍ରକୃତିର ଲୀଳା ଯେ ଏତେ ଆଶ୍ଚର୍ଯ୍ୟ ଜନକ ଥିଲା ଯେ ହଠାତ ବର୍ଷା ଏବଂ ପବନ ସମାନ ମାତ୍ରାରେ ପାଖା ପାଖି ଏକ ଘଣ୍ଟା ପର୍ଯ୍ୟନ୍ତ ବିଛିନ୍ନ ପରିସ୍ଥିତି ସୃଷ୍ଟିହୋଇଥିଲା l ବିଦ୍ୟତୁ ତାର ଛିଡି କରେଣ୍ଟ କଟିଯାଇଥିବା ହେତୁ ଟିକାବାଲି ଅଂଚଳ ରେ କିଛି ସମୟ ପର୍ଯ୍ୟନ୍ତ ଅନ୍ଧକାର ମୟ ଥିଲା l କିଛି ସମୟରେ ପରେ ଅଞ୍ଚଳ ରେ ପୂର୍ବ ଅବସ୍ଥାରେ ଫେରି ଆସିଥିବା ଜଣା ପଡିଛି l ଏ ନେଇ କନ୍ଧମାଳ ପ୍ରଗତି ମିଳିତ ମହାସଂଘ ତରଫରୁ ବିଭାଗୀୟ ଅଧକାରଙ୍କୁ ଫୋନ ଯୋଗେ ଜଣେଇଥିବା ଜଣାଯାଇଅଛି l

Leave a Reply

Your email address will not be published. Required fields are marked *