କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ବୈଠକ ଅନୁଷ୍ଠିତ ଆର,ଉଦୟଗିରି (ମନୋଜ କୁମାର ପାଢୀ/ ତା 19.04.25 ରିଖ ଶନିବାର ଦିନ ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ପରିସରରେ ବିଜ୍ଞାନ ଶିକ୍ଷକ ଶ୍ରୀ ଏସ ରାମାରାଓଙ୍କ ସଭାପତିତ୍ବ ରେ ଏକ ଶିକ୍ଷକ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଥିଲା | ଉକ୍ତ ବୈଠକରେ ବିଦ୍ୟାଳୟର ଶିକ୍ଷକ କର୍ମଚାରୀଙ୍କ ସହ ଶତାଧିକ ଅଭିଭାବକ ଯୋଗ ଦେଇଥିଲେ | ବୈଠକର ଆରମ୍ଭରେ ଶ୍ରୀ ଏସ ରାମାରାଓ ସରକାରଙ୍କ ବିଭିନ୍ନ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ | ଚଳିତ ବର୍ଷ ସରକାର ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରୁଥିବାରୁ ମାନ୍ୟବର ସରକାରଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା | ଏ ବର୍ଷ ଗ୍ରୀଷ୍ମ ଅବକାଶରେ ଶିକ୍ଷକମାନେ ୱାଟ୍ସଅପ ଗ୍ରୁପ ଖୋଲି ଛାତ୍ର ଛାତ୍ରୀ ମାନଙ୍କୁ ଘରକାମ ଦିଆଯିବା ସହ ପ୍ରତିଦିନ ସନ୍ଧ୍ୟାରେ ୱାଟ୍ସଅପ ମାଧ୍ୟମରେ ସନ୍ଦେହ ଦୂରୀକରଣ କ୍ଲାସ କରିବା ଓ ଅଭିଭାବକଗଣ ଏଥିନିମନ୍ତେ ସହଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଥିଲା | ସରକାରଙ୍କ ତରଫରୁ ବହି, ପୋଷାକ,ସାଇକେଲ ଓ ମଧ୍ୟାହ୍ନ ଭୋଜନ ଆଦି ଯୋଗାଇ ଦିଆଯାଉଥିବା ଯୋଗୁଁ ଅଭିଭାବକବୃନ୍ଦ ଆନନ୍ଦ ପ୍ରକାଶ କରିଥିଲେ | ଶିକ୍ଷକ ଶ୍ରୀ ରାଧାକୃଷ୍ଣ ପଣ୍ଡା ଛାତ୍ର ଛାତ୍ରୀ ମାନଙ୍କର ନିୟମିତ ଉପସ୍ଥାନ ଉପରେ ଗୁରୁତ୍ୱାରୋପ କରିଥିଲେ | ଶିକ୍ଷକ ଶ୍ରୀ ସିଦ୍ଧାର୍ଥ ଶଙ୍କର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।
