ରାୟଗଡ଼ା ରାମ ନବମୀ ଉତ୍ସବ କମିଟି ପକ୍ଷରୁ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଦାବୀ କଲେ

ରାୟଗଡ଼ା ରାମ ନବମୀ ଉତ୍ସବ କମିଟି ପକ୍ଷରୁ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଦାବୀ କଲେ

ରାୟଗଡା : ତା୧୯/୦୪/୨୫(ପ୍ରଫୁଲ କୁମାର ବେହେରା)ପଶ୍ଚିବଙ୍ଗର ମୁର୍ସିଦାବାଦ ଜ଼ିଲ୍ଲାରେ ହିନ୍ଦୁ ମାନଙ୍କ ଉପରେ ଘଟିଥିବା ଅତ୍ୟାଚାରକୁ ଘୋର ନିନ୍ଦା କରି ଆଜି ରାୟଗଡ଼ା ରାମ ନବମୀ ଉତ୍ସବ କମିଟି ପକ୍ଷରୁ ଏକ ଦାବିପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାୟଗଡ଼ା ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି | ସୂଚନା ଥାଉକିଯେ ଚଳିତ ମାସରେ ମୁର୍ସିଦାବାଦରେ କିଛି ବିଧର୍ମୀ ମାନେ ହିନ୍ଦୁଙ୍କ ଉପରେ ଆକ୍ରମଣ କରି ହତ୍ୟା କରିବା ସହ ସେମାନଙ୍କ ଘରକୁ ଭାଙ୍ଗି ପୋଡି ଦେଇଥିଲେ | ହିନ୍ଦୁ ମାନେ ଭୟବିତ୍ତ ହେଇ ଭିଟାମାଟି ଛାଡି ସେଠାରୁ ଜୀବନକୁ ରକ୍ଷା କରିବା ପାଇଁ ଚାଲିଯାଇଥିଲେ | ଏହି ଘଟଣାକୁ କେବଳ ଭାରତରେ ନୁହେଁ ବିଶ୍ୱର ଅନେକ ଦେଶରେ ମଧ୍ୟ ନିନ୍ଦା କରାଯାଇଥିଲା | ଯେଉଁ ଦେଶରେ ହିନ୍ଦୁ ଧର୍ମର ସଂଖ୍ୟା ଗରିଷ୍ଠତା ଥାଇ ମଧ୍ୟ ହିନ୍ଦୁଙ୍କ ଉପରେ ଏପରି ଆକ୍ରମଣ ହେବା ଘଟଣା ପ୍ରତେକ ହିନ୍ଦୁଙ୍କ ମନରେ କୁଠାରଘାତ ଦେଇଛି | ଏହାକୁ ଦୃଷ୍ଟିରେ ରଖି ରାୟଗଡ଼ା ରାମ ନବମୀ ଉତ୍ସବ କମିଟି ପକ୍ଷରୁ ଏକ ଦାବିପତ୍ର ମହାମହିମ ରାଷ୍ଟ୍ରପତିଙ୍କୁ ଦେଇ ତୁରନ୍ତ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ କମିଟି ପକ୍ଷରୁ ଦାବି କରାଯାଇଛି | ଏହା ସହ ରାୟଗଡା ଜ଼ିଲ୍ଲାରେ ବିଧର୍ମୀ ଫେରିବାଲାଙ୍କୁ ଚିହ୍ନଟ କରି ରାୟଗଡାରୁ ହଟେଇବା ପାଇଁ ମଧ୍ୟ କମିଟି ପକ୍ଷରୁ ଅନୁରୋଧ କରାଯାଇଛି | ଜାତି, ଭାଷା, ବର୍ଗରୁ ଉର୍ଦ୍ଧରୁ ଯାଇ ଏକ ହେଇ ରହିଲେ ହିନ୍ଦୁ ସୁରକ୍ଷିତ ରହିବେ ନଚେତ ମୁର୍ସିଦାବାଦ ଭଳିଆ ଘଟଣା ରାୟଗଡାରେ ମଧ୍ୟ ଘଟିବ ବୋଲି ଗଣମାଧ୍ୟମ ମାଧ୍ୟମରେ ଜନସାଧାରଣଙ୍କୁ କମିଟି ମାଧ୍ୟମରେ ସଚେତନ କରିଛନ୍ତି | ଉକ୍ତ କାର୍ଯ୍ୟକ୍ରମକୁ କମିଟିର ସମ୍ପାଦକ ଅଜୟ ଚୂଲେଟ ପରିଚାଳନା କରିଥିବା ବେଳେ, ଶ୍ୟାମ କୁମାର ଦାଶ, ବିଦ୍ୟା ଭୂଷଣ ପଣ୍ଡା,ରାମଚନ୍ଦ୍ର ସାହୁ,ବିଦ୍ୟା ସାଗର,ନରେଶ ବିଡ଼ିକା, ରାମକୃଷ୍ଣ ପାଣିଗ୍ରାହୀ, ଟି ନାଗରାଜୂ, ମଞ୍ଜୁଳା ମିନିଆକା, ଝରଣା ମହାନ୍ତି, ପଟ୍ଟନାନା କ୍ରିଷ୍ଣା, ବିଜୟ ଚୂଲେଟ,ଅଜୟ ଅସରାନି, ରାଜେଶ ନାଇଡୁ, ଗୌରୀ ଶଙ୍କର, ରବି ପ୍ରଧାନ, କୁମାରୀ ବାଡତିଆ ଓ କମିଟିର ଅନ୍ୟ ସଦସ୍ୟ ସଦସ୍ୟା ମାନେ ପ୍ରମୁଖ ଉପସ୍ଥିତ ରହିଥିଲେ |

Leave a Reply

Your email address will not be published. Required fields are marked *