ପ୍ରବାଦ ପୁରୁଷ ବିଜୁ ବାବୁଙ୍କ 28 ତମ ତିରୋଧାନ ଦିବସ ବିଷମକଟକ ଠାରେ ପାଳିତ
ରାୟଗଡା : ମହାନ ଜନନାୟକ, ମାଟିର ମୂର୍ତ୍ତିକାର, ଧରଣୀର କୃଷ୍ଣସାର, ଝଡର ଇଗଲ୍ ତଥା ପ୍ରବାଦ ପୁରୁଷ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ ତଥା ବିଜୁବାବୁଙ୍କ 28 ତମ ତିରୋଧାନ ଦିବସ ଅବସରରେ ବିଷମକଟକ ନିର୍ବାଚନ ମଣ୍ଡଳୀର ସଦର ମୋହକୁମା ବିଷମକଟକ ବିଜେଡି ଅଫିସ ପରିସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଓଡ଼ିଶାର ଗୌରବ ବୃଦ୍ଧି ପାଇଁ ତାଙ୍କ ଉଦ୍ୟମ ସହ ବିଜୁବାବୁଙ୍କ ଅଗାଢ ଦେଶପ୍ରେମ, ତ୍ୟାଗ ଓ ପରାକ୍ରମ ସର୍ବଦା ଓଡ଼ିଆ ଜାତିର ସ୍ୱାଭିମାନ ହୋଇରହିବ ବୋଲି ରାୟଗଡା ଜ଼ିଲ୍ଲା ବିଜେଡି ର ପୂର୍ବତନ ସଭାପତି ସୁଧୀର ଦାସ ନିଜ ବକ୍ତବ୍ୟ ରେ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା କହିଥିଲେ ଯେ ଓଡିଶା ବାସୀ ଙ୍କ ଓଡିଶା ର ଉନ୍ନତି ପଥ କୁ ନେବା ନିମନ୍ତେ ବିଜୁ ବାବୁ ସବୁବେଳେ ଚେଷ୍ଟିତ ରହିଥିଲେ l ତାଙ୍କରି ସ୍ବପ୍ନ କୁ ପୂରଣ କରିବା ନିମନ୍ତେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ବାବୁ ଙ୍କ ନାମ ରେ ବହୁତ ଉନୟନ ମୂଳକ ପ୍ରକଳ୍ପ ମାନ କରିଆସୁଥିଲେ କିଂତୁ ବର୍ତମାନ ର ବିଜେପି ସରକାର ଲୋକଙ୍କୁ ଛଳନା ଓ ମିଥ୍ୟା ପ୍ରତିଶୃତି ଦେଇ ସାଶନ କୁ ଆସି ବିଜୁ ବାବୁ ଙ୍କ ନାମରେ ଚାଲିଥିବା ପ୍ରକଳ୍ପ ର ନାମ ବଦଳେଇବା ସହିତ ରଙ୍ଗ ମରା କାମ କରିଛନ୍ତି l ନବୀନ ଙ୍କ ବିଜେଡି ସରକାର ନିର୍ବାଚନ ରେ ପରାଜୟ କରିଛି ଶତ କିନ୍ତୁ ଆଜି ମଧ୍ୟ୍ୟ ଓଡିଶା ବାସୀଙ୍କ ହୃଦୟରୁ ନବୀନ ବାବୁ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଅଛନ୍ତି ବୋଲି l ଆଗାମୀ ପଂଚାୟତ ନିର୍ବାଚନ ରେ ବିଜେଡି ନିଶ୍ଚିତ ଭାବେ ବିଜୟ ହାସଲ କରିବ ବୋଲି l ବ୍ଲକ ଉପାଦକ୍ଷ ଦେବୀ ପଟ୍ଟନାୟକ ଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଶତାଧିକ ବିଜୁ ପ୍ରେମୀ ଉପସ୍ଥିତ ରହିଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
