ମାନବିକତାର ପରିଚୟ ଦେଲେ ଜିଲ୍ଲାପାଳ ।
ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଦୁର୍ଘଟଣାଗ୍ରସ୍ତ ଜଣେ ବାଇକ୍ ଆରୋହୀଙ୍କୁ ନିଜ ଗାଡିରେ ନେଇ ହସ୍ପିଟାଲରେ ଭତ୍ତି କରି ଚିକିତ୍ସା କରାଇ ଗଜପତି ଜିଲ୍ଲାପାଳ ମାନବିତାର ପରିଚୟ ଦେଇଥିଲେ । ଆଜି ସକାଳୁ ଜିଲ୍ଲାପାଳ ବିଜୟ କୁମାର ଦଶ କୌଣସି କାମରେ ଯାଉଥିବା ବେଳେ ପାରଳାଖେମଣ୍ଡି କାରାଗାର ସମ୍ମୁଖରେ ଜଣେ ବ୍ୟକ୍ତି ଦୁର୍ଘଟଣା ଶିକାର ହୋଇ ଯନ୍ତଣାରେ ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ । ସେ ତୁରନ୍ତ ତାଙ୍କୁ ଡ୍ରାଇଭର ସୁରକ୍ଷା କର୍ମୀଙ୍କ ସହାୟତାର ନିଜ ଗାଡିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ସେଠାରେ ଆହତଙ୍କ ଚିକିତ୍ସା କରାଇଥିଲେ । ଦୁର୍ଘଟଣାରେ ଆହତ ବ୍ୟକ୍ତିଜଣକ ଆଇସିଆଇସିଆଇ ବ୍ୟାଙ୍କର ଜଣେ କର୍ମଚାରୀ ବୋଲି ଜଣାପଡିଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଉଛି । ଜିଲ୍ଲାପାଳ ଏହିପରି ମହାନତା କାର୍ଯ୍ୟ ନେଇ ଅଞ୍ଚଳର ଲୋକମାନେ କୂତଜ୍ଞ୍ୟତା ଜଣାଇଛନ୍ତି ।
