ବରଗଡ ଜିଲ୍ଲା କୁବେଡେଗା ପଂଚାୟତ ନୂଆଁପାଲି (ନେଗୀପାଲି) ଠାରେ ମହାବିଷୁବ ପଣା ସଂକ୍ରାନ୍ତି ଓ ୧୨ତମ ହନୁମାନ ଜୟନ୍ତୀ

ବରଗଡ ଜିଲ୍ଲା କୁବେଡେଗା ପଂଚାୟତ ନୂଆଁପାଲି (ନେଗୀପାଲି) ଠାରେ ମହାବିଷୁବ ପଣା ସଂକ୍ରାନ୍ତି ଓ ୧୨ତମ ହନୁମାନ ଜୟନ୍ତୀ

ନୁଆଁପାଲି (ନେଗିପାଲି) ଠାରେ ମହା ଉଦ୍ଧିପନା ସହିତ ପାଲିତ ହୋଇଯାଇଛି।ଗଣ୍ଡା ବଜା ସହିତ କଳସ ଶୋଭାଜାତ୍ରାରେ ଗ୍ରାମର ମାଁ ଭଉଣୀ ଓ ଆବାଳବୃଦ୍ଧବନିତା ସାମିଲ ହୋଇଥିଲେ । ଜିତେନ୍ଦ୍ର ପୁଝାରୀଙ୍କ ପୌରହିତ୍ୟରେ ପରିଚାଳିତ ଯଜ୍ଞକର୍ମରେ କର୍ତ୍ତା ଭାବରେ ଉତ୍ପନ୍ନ କୁମାର ଭୋଇ, ବିଷ୍ଣୁପ୍ରିୟା ଭୋଇ,ଓ ସହଯୋଗୀ ଭାବରେ ତ୍ରୀବିକ୍ରମ ଭୋଇ, ପଣ୍ଡିତ ପଧାନଙ୍କ ସମେତ ନିକଟସ୍ଥ ପଡାବାସି ସହଯୋଗ କରିଥିଲେ। ମନୋରଞ୍ଜନ କାର୍ଯ୍ୟକ୍ରମରେ ଗ୍ରିଂଡୋଲା ଉଦଣ୍ଡ କୀର୍ତ୍ତନ, ସମ୍ବଲପୁରୀ କବି ସମ୍ମିଳନୀ, ଶିଶୁ ନୃତ୍ୟ ପ୍ରତିଯୋଗିତା ସହିତ ସୁଦୂର ଛତିଶଗଡ଼ର ମହିଳା ଦଣ୍ଡ ନୃତ୍ୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସମ୍ପନ୍ନ ହୋଇଥିଲା। ନିମନ୍ତ୍ରିତ ଅତିଥି ଭାବେ କଳାକାର ଛବିଳ ପଧାନ, ନାଟ୍ୟକାର ମଧୁସୂଦନ ତ୍ରିପାଠୀ, କବି ଲକ୍ଷ୍ମଣ ମଲ୍ଲିକ,କବି ମୋହନ ମହାନନ୍ଦ ଯୋଗଦେଇଥିବା ବେଳେ ନୃତ୍ୟଶିଳ୍ପୀ ପରିଣୀତା ବେଶ୍ରା, ଚାନ୍ଦିନୀ ଲୁହା,ଜୈ।ତିପ୍ରିୟା ବେଶ୍ରା,ରୋଶନି ଲୁହା, ଆକୃତି ଲୁହା,ରଶ୍ମୀତା ବେଶ୍ରା,ସୀମା ଦିପ୍, ଚାନ୍ଦିନୀ ମୁନା, ଜନନୀ ସୁନା,ଲଭଲି ତାଣ୍ଡି,ଜାମିନୀ ଛତର୍ ଭାଗନେଇଥିଲେ। ହନୁମାନ ଜୟନ୍ତୀ କମିଟିର ଅମର କୁମ୍ଭାର, ଗୋପାଳ ବେଶ୍ରା,ଦଶ ସୁନା, କର୍ଣ୍ଣ ବେଶ୍ରା , ପ୍ରକାଶ ଲୁହା, ଶତୃଘ୍ନ ମହାନନ୍ଦ,ଡୁଲାମଣି କର୍ଣାଲ , ଆନନ୍ଦ ଦିପ ସମେତ ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *