ଗୁଣୁପୁର, ଗୁଡାରି, ରାମନାଗୁଡ଼ା ରେ ଆୟୁଷ୍ମାନ ଭାରତ ଯୋଜନା ତ ଆରମ୍ଭ ରାୟଗଡା : ରାୟଗଡା ଜ଼ିଲ୍ଲା ର ସଦର ମୋହକୁମା ସହିତ ଗୁଣୁପୁର, ଗୁଡାରି ରାମନାଗୁଡ଼ା ଥରର ଆୟୁଷ୍ମାନ ଭାରତ ଯୋଜନା ର ଶୁଭାରମ୍ଭ ହୋଇଛି l ଗୁଣୁପୁର ଟାଉନ ହଲ ନିକଟରେ ଥିବା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପୌର ପରିଷଦ ଅଧକ୍ଷା ମମତା ଗୌଡ଼ ଉପାଦକ୍ଷ ଶିବ ଗୌଡ଼ ବିଜେପି ନେତା ୱାଇ ଗଣପତି ରାଓ ପୌର ପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ,ସହକାରୀ ଯନ୍ତ୍ରୀ ହୃଷିକେଶ ପଣ୍ଡା ଯନ୍ତ୍ରୀ ୱାଇ ଯୁଧିଷ୍ଠିର, ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଡ଼କ୍ଟର ପ୍ରଦୀପ କୁମାର ପଣ୍ଡା ଉପସ୍ଥିତ ରହିଥିଲେ l ଗୁଣୁପୁର ବ୍ଲକ ର ଡମ୍ବସରା, କୁଲସିଂ ଓ ପୁଟାସିଂ ଠାରେ ମଧ୍ୟ୍ୟ ଯୋଜନା ର ଶୁଭାରମ୍ଭ ହୋଇଥିଲା l ପ୍ରଥମ ପର୍ଯ୍ୟାୟ ଟର ଗୁଣୁପୁର ବ୍ଲକ ରେ 3 ଗୋଟି ସ୍ଥାନ ରର 25 କଣ ଲେଖାଏ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରାଯାଇଥିଲା l ଗୁଡାରି ବ୍ଲକ ତ ଢ଼େପଗୁଡା ଓ ସର୍ଗିଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଟର ଆୟୁଷ୍ମାନଭାରତ କାର୍ଡ ବଣ୍ଟନ ର ଶୁଭାରମ୍ଭ ହୋଇଛି l ଗୌଡ଼ ଢ଼େପଗୁଡା ଠାରେ ଆୟୋଜିତ କାର୍ଯ୍ୟକ୍ରମ ଟର ଗୁଡାରି ବିଡ଼ିଓ ଶୁଚିସ୍ମିତା ବେହେରା,ବ୍ଲକ ଅଧକ୍ଷା ଲକ୍ଷ୍ମୀ ଶବର, ଗୁଡାରି ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଧିକାରୀ ସ୍ୱାଗତ ସ୍ୱାଇଁ ଉପସ୍ଥିତ ରହି କାର୍ଡ ବଣ୍ଟନ କରିବା ସହିତ ପ୍ରଚାର ପ୍ରସାର ନିମନ୍ତେ ଏକ ସଚେତନତା ରଥର ଶୁଭାରମ୍ଭ କରିଥିଲେ ଗୁଡାରି ବିଡ଼ିଓ l ସେହିପରି ସର୍ଗିଗୁଡା ଠାରେ ଗୁଡାରି ତହସିଲଦାର ଏ ସ୍ନେହଲତା,ସ୍ଥାନୀୟ ମେଡିକାଲ ଅଧିକାରୀ ତୃପ୍ତିମୟୀ ଖାଡ଼ଙ୍ଗା nk ବ୍ଲକ ର ଅନ୍ୟ କର୍ମଚାରୀ ଉପସ୍ଥିତ ରହି କାର୍ଡ ବଣ୍ଟନ କରିଥିଲେ l ଠିକ ସେହିପରି ରାମନାଗୁଡ଼ା ବ୍ଲକ ର ରୁଗୁଡ଼ିବାଇ, ଉକ୍କାମ୍ବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ରାମନାଗୁଡ଼ା ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ ଏକ ସଚେତନ ରଥ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି ରଥ ବ୍ଲକ ର 12 ଗୋଟି ପଂଚାୟତ ର ବିଭିନ୍ନ ଗାଁ କୁ ଯାଇ ଲୋକଙ୍କୁ ସଚେତନତା କରିବ ବୋଲି ବିଡ଼ିଓ ମଣ୍ଡଳ କହିଛନ୍ତି l ଏହି ବ୍ଲକ ରେ 23406ଜଣ ଙ୍କୁ କାର୍ଡ ବଣ୍ଟନ କରାଯିବା କୁ ବ୍ୟବସ୍ତା କରାଯାଇଥିବା ବେଳେ ଅବଶିଷ୍ଟ ବ୍ୟକ୍ତି ଙ୍କୁ ପରବର୍ତୀ ପର୍ଯ୍ୟାୟ ରେ ଆଶା ଦିଦି ଙ୍କ ମାଧ୍ୟମରେ ରେ ବଣ୍ଟନ କରାଯିବ ବୋଲି କହିଥିଲେ l ଏହି ବ୍ଲକ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍ଥାନ ରେ ତହସିଲଦାର ପ୍ରାଣ କୃଷ୍ଣ ପାଣିଗ୍ରାହୀ, ବ୍ଲକ ସହକାରୀ ଯନ୍ତ୍ରୀ ସାନମୁଖ ରାଓ, ସାହାକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ର, ଙ୍କ ସମତେ ବ୍ଲକ ର ବହୁ କର୍ମଚାରୀ ଉପସ୍ଥିତ ଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
