ମୋହନା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ଶୁଭାରମ୍ଭ କଲେ ମୋହନା ବିଧାୟକ ଦାଶରଥି ।

ଆର,ଉଦୟଗିରି(ମନୋଜ କୁମାର ପାଢୀ/ ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ନିର୍ବାଚନ ମଣ୍ଡଳୀରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ମୋହନା ବ୍ଲକ ର ବିରିକୋଟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ସ୍ବାସ୍ଥ୍ୟ କାର୍ଡ ହିତାଧିକାରୀଙ୍କୁ ବଣ୍ଟନ ର ଶୁଭାରମ୍ଭ କରିଛନ୍ତି। ଏହି ଉତ୍ସବରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ଅଧିକାରୀ ଶଙ୍କର କେରକେଟା ସମ୍ମାନୀୟ ଅତିଥି ଭାବେ ଉପସ୍ଥିତ ଥିଲେ। ଏହା ସଙ୍ଗେ ମୋହନା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ, ସହକାରୀ ଯନ୍ତ୍ରୀ ପ୍ରଦ୍ୟୁମ୍ନ ନାୟକ, ଯୋଗାଣ ବିଭାଗ ଅଧିକାରୀ ଶ୍ରୀ ଭୋଇ, ମୋହନା ବ୍ଲକ ଉପାଧ୍ୟକ୍ଷା ବାଲ୍ମୀନା ଅଧିକାରୀ, ସରପଞ୍ଚ, ସମିତି ସଭ୍ୟ ଙ୍କ ସମେତ ଅଞ୍ଚଳ ର ସହସ୍ରାଧିକ ବ୍ୟକ୍ତି ଉପସ୍ଥିତ ରହି ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ କାର୍ଡ ଗୁଡ଼ିକୁ ହିତାଧିକାରୀ ମାନଙ୍କୁ ବଣ୍ଟନ ଶୁଭାରମ୍ଭ କରିଥିବା ବେଳେ ଆଗାମୀ ଦିନରେ ସମସ୍ତଙ୍କୁ ପର୍ଯ୍ୟାୟ କ୍ରମେ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ ବୋଲି ବିଧାୟକ ଉପସ୍ଥିତ ଜନସାଧାରଣଙ୍କ ଠାରେ ପ୍ରକାଶ କରିଥିଲେ। ସେହିପରି ଆଜି ମୋହନା ବ୍ଲକ ର ଅଡବା, ବିରିକୋଟ, ଶିକୁଳିପଦର, ଚନ୍ଦ୍ରଗିରି, ଚୁଡୁଙ୍ଗପୁର ଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକ ଠାରେ ଆଡମ୍ବର ସହ କାର୍ଡ ଗୁଡ଼ିକ ବଣ୍ଟନ ଶୁଭାରମ୍ଭ ହୋଇଥିବା ଦେଖିବାକୁ ମିଳିଥିଲା। ସମସ୍ତ ଉତ୍ସବ ସ୍ଥଳ ମାନଙ୍କରେ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ଲୋକ ପ୍ରତିନିଧି, ସରକାରୀ କର୍ମଚାରୀ, ଶିଶୁ ବିକାଶ କର୍ମଚାରୀ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଙ୍କ ସମେତ ବ୍ଲକ ର ସମସ୍ତ ଅଧିକାରୀ ମାନେ ଏହି ଉତ୍ସବ ଟିକୁ ସୁଚାରୁ ରୁପେ ପରିଚାଳନା କରିଥିବା ଦେଖିବାକୁ ମିଳିଥିଲା।

By admin

Leave a Reply

Your email address will not be published. Required fields are marked *