ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟ ୨୦ରୁ ଅଧିକ ଗୁରୁତର ଆହତ

ଭୁବନେଶ୍ବର ଜାତୀୟ ରାଜପଥର ସିଫା ଠାରେ ଆଜି ରାତି ୩ଟା ବେଳେ ପୁରୀ ଯାଉଥିବା ଏକ ଘରୋଇ ବସ ଓଲଟିପଡ଼ିଛି। ରିପୋର୍ଟ ଲେଖାହେବା ବେଳକୁ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅନ୍ୟ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କର ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଛି। ଅନ୍ୟପକ୍ଷରେ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଣୁଥିବା ଗୋଟିଏ ଆମ୍ବୁଲାନସର ମଧ୍ୟ ଶିଶୁ ଭବନ ନିକଟସ୍ଥ ଓଭରବ୍ରିଜ ବାଡ଼ରେ ପିଟି ହୋଇଛି। ଫଳରେ ଏଥିରେ ଥିବା ସମସ୍ତେ ଅଧିକ ଗୁରୁତର ହୋଇପଡ଼ିଛନ୍ତି।

Leave a Reply

Your email address will not be published. Required fields are marked *