ଖଣ୍ଡା ଚୋଟରେ ନାବାଳକ ଗୁରୁତର ଆହତ, ଆକ୍ରମଣକାରୀ ଯୁବକ ଅଟକ।

*ଖଣ୍ଡା ଚୋଟରେ ନାବାଳକ ଗୁରୁତର ଆହତ, ଆକ୍ରମଣକାରୀ ଯୁବକ ଅଟକ।

ଗଞ୍ଜାମ:ପୁଣି ବଡ଼ବଜାର ଥାନା ଅଞ୍ଚଳରେ ବୁଲିଲା ଖଣ୍ଡା ,ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସ୍ଥାନୀୟ ଭେଙ୍କେଟେଶ୍ୱର ମନ୍ଦିର ନିକଟସ୍ଥ ରେ ଜଣେ ନାବାଳକକୁ ଖଣ୍ଡାରେ ଆକ୍ରମଣ ହୋଇଛି । ଖଣ୍ଡା ଚୋଟରେ ସମ୍ପୃକ ନାବାଳକଙ୍କ ହାତ ପାପୁଲିରେ ଗଭୀର ଆଘାତ ଲାଗିଛି। ପରିବାର ଲୋକେ ଆହତ ନାବାଳକକୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ବାବା ଶଙ୍କର ସରଫ ଘଟଣାର ତନାଘନା କରି ସଂପୃକ୍ତ ଆକ୍ରମଣକାରୀକୁ ପୋଲିସ କାବୁ କରିଛନ୍ତି ଓ ଆକ୍ରମଣକାରୀ ଜଣକ ଗୁଣ୍ଡୁ ବେହେରା ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *