ଜିଲ୍ଲା ସଭାପତି ଗୋପୀ ଆନନ୍ଦ ଙ୍କ ଜନ୍ମ ଦିନ ପାଳନ କରଯାଇଛି.

ରାୟଗଡ଼ା ଜିଲ୍ଳା ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ଶ୍ରୀ ଗୋପି ଆନନ୍ଦଙ୍କର୍ ଆଜି ଜନ୍ମ ଦିନରେ ରାୟଗଡ଼ା ଯୁବମୋର୍ଚ୍ଚା ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା ଓ ଅଭିନନ୍ଦନ। ଏହି ଅବସରରେ ରାୟଗଡ଼ ଜିଲ୍ଳା ଯୁବମୋର୍ଚ୍ଚା ଉପସଭାପତି ତଥା ଯୁବନେତା ପ୍ରିତମ କୁମାରଙ୍କ ନେତୃତ୍ୱରେ ଧୁମଧାମରେ ଜିଲ୍ଲା ସଭାପତି ଗୋପୀ ଆନନ୍ଦ ଙ୍କ ଜନ୍ମ ଦିନ ପାଳନ କରଯାଇଛି । ଏହି କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ର ପ୍ରାୟ ୧୦୦ ଜଣ ସଦସ୍ୟ ଉପସ୍ଥିତ ରହି କେକ କାଟି ଗୋପୀ ଆନନ୍ଦଙ୍କୁ ତାଙ୍କର ଜନ୍ମଦିନର ଭେଟି ଦେଇଥିଲେ। ସଭାପତି ଗୋପି ଆନନ୍ଦ ରାଜଧାନୀ ଭୁବନେଶ୍ଵର ଗସ୍ତରେ ଥିବା ବେଳେ ତାଙ୍କର ଶୁଭେଚ୍ଛୁ ଓ ପାର୍ଟିର କର୍ମକର୍ତ୍ତାଙ୍କ ଅତୁଟ ଭଲପାଇବା ଏହି କାର୍ଯ୍ୟକ୍ରମରେ ପ୍ରତିଫଳିତ ହୋଇଥିଲା । ଯାହାକି ଗୋପି ଆନନ୍ଦଙ୍କ ଜୀବନ ପଥ ସୁଗମ୍ୟ ହେବ ସହ ତାଙ୍କର ନେତୃତ୍ୱରେ ଜିଲ୍ଲାରେ ଏକ ବିଶାଳ ପରିବର୍ତ୍ତନ ହେବା ସହ ସମ୍ପୁର୍ଣ୍ଣ ଜିଲ୍ଲା ଗୋପିଆନନ୍ଦ ଙ୍କ ନେତୃତ୍ବ ଓ ତାଙ୍କର କାର୍ଯ୍ୟଶୈଳିରେ ଅନୁପ୍ରାଣିତ ହେବ ବୋଲି ଆଶା ରଖିଛନ୍ତି ଜିଲ୍ଲା ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ।

Leave a Reply

Your email address will not be published. Required fields are marked *