ପୁଣି ଜନନୀ ଯନ୍ତଣା ଦୋଳାରେ ୬ କି.ମି. ବୁହିନେଲେ ଗର୍ଭବତୀ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ମୋହନା ବ୍ଳକରେ ପୁଣି ଜନନୀ ଯନ୍ତଣା ଦେଖିବାକୁ ମିଳିଛି । ଭଲ ରାସ୍ତା ଖଣ୍ଡେ ନଥିବାରୁ ୬ କି ମି ଦୋଳାରେ ବୁହିନେଲେ ଗର୍ଭବତୀ ମହିଳାଙ୍କୁ । ଏହିଭଲି ଘଟଣା ଦେଖିବାକୁ ମିଳିଛି ମୋହନା ବ୍ଳକ ଅନ୍ତର୍ଗତ ମାଣ୍ଡିମେରା ପଞ୍ଚାୟତ ଅଧିନ ଗବେଲ ଗ୍ରାମରେ । ଗାଁର ଗର୍ଭବତୀ ମହିଳା ଲଳିତା ମାଝୀଙ୍କ ଗର୍ଭ ଯନ୍ତଣା ଅସ୍ୟ ହେବାରୁ ପରିବାର ଲୋକେ ସ୍ଥାନୀୟ ଆଶାଦିଦି ମେରୀ ମାଝୀଙ୍କୁ ଖବର ଦେଇଥିଲେ । ସେ ପହଞ୍ଚି ୧୦୮ କୁ ଫୋନ୍ କରିଥିଲେ । କିନ୍ତୁ ଗାଁର ରାସ୍ତା ଶୋଚନୀୟ ଥିବାରୁ ଆମ୍ବୁଲାନ୍ସ ଗାଁକୁ ପହଞ୍ଚି ନପାରି ଜାତୀୟ ରାଜପଥରେ ଅଟକି ରହିଥିଲା । ମାଣ୍ଡିମେରା ପଞ୍ଚାୟତର ନାଏବ ସରପଞ୍ଚ ଜହନ ମାଝୀ ଓ ପରିବାର ଲୋକେ ଭାରକରି ଗର୍ଭବତୀଙ୍କୁ ଦୀର୍ଘ ୬ କି.ମି. ପଥୁରିଆ ଜଙ୍ଗଲ ରାସ୍ତା ଅତିକ୍ରମ କରି ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ । ସେଠାରୁ ବିରିକୋଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି କରିଥିଲେ । ସେଠାରେ ତାଙ୍କର ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା । ଉଭୟେ ମା ଓ ଶିଶୁ ସୁସ୍ଥ ଥିବା ଡାକ୍ତର କହିଥିଲେ ।
Related Posts

ଗଜପତି ଏସପିଙ୍କ ସମେତ ୩ପୋଲିସ ପଦାଧିକାରୀ ୯୦ ତମ ରାଜ୍ୟ ଡିଜିପି ଡିସ୍କ ଆୱାର୍ଡ ପାଇବା ପାଇଁ ମନୋନୀତ
ଗଜପତି ଏସପିଙ୍କ ସମେତ ୩ପୋଲିସ ପଦାଧିକାରୀ ୯୦ ତମ ରାଜ୍ୟ ଡିଜିପି ଡିସ୍କ ଆୱାର୍ଡ ପାଇବା ପାଇଁ ମନୋନୀତ ଆର,ଉଦୟଗିରି:୨୯/୩(ମନୋଜ ପାଢୀ):ଗଜପତି ଜିଲ୍ଲା ଏସପିଙ୍କ ସମେତ ୩…

ଓଡ଼ିଶା ଦିବସ ଓ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ ।
ଓଡ଼ିଶା ଦିବସ ଓ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ । ଆର,ଉଦୟଗିରି(ମନୋଜ କୁମାର ପାଢୀ)-: ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ…

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ତୃତୀୟଲିଙ୍ଗ ଦୃଶ୍ୟ ମାନତା ଦିବସ -୨୦୨୫* ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ
ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ତୃତୀୟଲିଙ୍ଗ ଦୃଶ୍ୟ ମାନତା ଦିବସ -୨୦୨୫* ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ *ଆର,ଉଦୟଗିରି(ମନୋଜ ପାଢୀ)ତା.୩୧.୦୩.୨୦୨୫ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା…