ପରବ-୨୦୨୬ର ଉଦ୍ଯାପନୀ ସମାରୋହ: ସୁନାବେଡ଼ାରେ ବିଜେତାଙ୍କୁ ପୁରସ୍କୃତ ଓ ସମ୍ମାନିତ
ସୁନାବେଡ଼ା: କୋରାପୁଟର ଗର୍ବ ଓ ଆମ ସଂସ୍କୃତି, ପରମ୍ପରାର ମହାପର୍ବ ପରବ-୨୦୨୬ର ଉଦ୍ଯାପନୀ ସମାରୋହ ସୁନାବେଡ଼ା ପୌରପାଳିକା ପକ୍ଷରୁ ଆନନ୍ଦ ଓ ଉତ୍ସାହର ସହ ଆୟୋଜିତ ହୋଇଯାଇଛି।ଏହି ଅବସରରେ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ କ୍ରୀଡ଼ା, ଆଥଲେଟିକ୍ସ ଓ ସାଂସ୍କୃତିକ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଜେତା ଓ ଅଂଶଗ୍ରହଣକାରୀଙ୍କୁ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯାଇଥିଲା।ପରବ-୨୦୨୬ କେବଳ ଏକ ଉତ୍ସବ ନୁହେଁ, ଏହା କୋରାପୁଟ ମାଟିର କଳା, ସଂସ୍କୃତି, ପରମ୍ପରା ଓ କ୍ରୀଡ଼ା ପ୍ରତିଭାର ଏକ ଅନନ୍ୟ ମଞ୍ଚ। ଏହି ମହୋତ୍ସବ ମାଧ୍ୟମରେ ଆଞ୍ଚଳିକ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ସହ ପ୍ରତିଭାବାନ କଳାକାର ଓ କ୍ରୀଡ଼ାବିତ୍ଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ମିଳିଛି।ଏହି ମହୋତ୍ସବକୁ ସଫଳ କରିଥିବା ସମସ୍ତ ଅଂଶଗ୍ରହଣକାରୀ, ଆୟୋଜକ ଓ ଜନସାଧାରଣଙ୍କୁ ସୁନାବେଡ଼ା ପୌରପାଳିକା ପକ୍ଷରୁ ଅଶେଷ ଧନ୍ୟବାଦ ଜଣାଯାଇଛି।
ଜୟ କୋରାପୁଟ! ଜୟ ପରବ!The Information Media | କୋରାପୁଟର ଖବର, ଆପଣଙ୍କ ପାଖରେ#Parab2026 #Sunabeda #Koraput #TheInformationMedia
