ରାୟଗଡ ବ୍ଲକ ପ୍ରଶାସନ ଙ୍କ ସହିତ ବିଜେପି ର ନେତୃମଣ୍ଡଳୀ ଙ୍କ ମାଲିଗାଁ ପଂଚାୟତ ଗସ୍ତ
ରାୟଗଡ (ଇନ୍ଫୋ ମିଡିଆ)ଗତକାଲି ରାୟଗଡ଼ା ଜିଲ୍ଲାର ମାଲିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଲିଗାଁ ଗ୍ରାମକୁ ରାୟଗଡ଼ ବ୍ଲକ ଗୋଷ୍ଠୀ ଉନୟନ ଅଧିକାରୀ,ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଶ୍ରୀ ପୃଥ୍ୱୀରାଜ ଧନପତି ଏବଂ ଯୁବନେତା କୋଣ୍ଡାବାତୁଳା ଶ୍ରୀନିବାସ (ଶ୍ରୀନୁ) ଗସ୍ତ କରିଥିଲେ ।ଏହି ଅବସରରେ ରାୟଗଡ଼ା ବିଡିଓ ଶ୍ରୀ ସୁଜିତ କୁମାର ମିଶ୍ରଙ୍କ ସହ ଗ୍ରାମର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହ ଗ୍ରାମର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ ।ସରକାର ଙ୍କ ଯୋଜନା ରେ ଖେଳ ପଡ଼ିଆ ପାଇଁ ଜମି ଚିହ୍ନଟ, ମାଲିଗାଁ ବନ୍ଧର ଉନ୍ନତିକରଣ, ଅସମ୍ପୂର୍ଣ୍ଣ କମ୍ୟୁନିଟି ହଲ କୁ ସମ୍ପୂର୍ଣ୍ଣ କରିବା ଡ୍ରେନେଜ୍ ବ୍ୟବସ୍ଥା, ଯୁବକମାନଙ୍କ ପାଇଁ ଲାଇବ୍ରେରୀ, ଭଲିବଲ୍ ମିନି ଷ୍ଟାଡିୟମ୍ ଏବଂ ଗ୍ରାମରେ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ଆଦି ବିଷୟରେ ବିଡିଓ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ଜନସାଧାରଣ ଙ୍କ ଦାବୀ ଓ ଏହି ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ ବୋଲି ବିଡିଓ ମହୋଦୟ ଗ୍ରାମବାସୀ ଓ ବିଜେପି ନେତ୍ରୀମୋଣ୍ଡଳୀ କୁ ପ୍ରତିଶ୍ରୁତି ଦେଇଥିଲେ।ଏହି ଗସ୍ତରେ ବିଜେପି ଜିଲ୍ଲା ସଭାପତି ଶ୍ରୀ ଗୋପୀ ଆନନ୍ଦ ମଧ୍ୟ ଯୋଗଦେଇଥିଲେ।
ଏଥିସହ ମାଲିଗାଁ ଗ୍ରାମର ବହୁ ଯୁବକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।ବିକଶିତ ଗ୍ରାମ, ବିକଶିତ ଓଡିଶା ରେ ସମୃଦ୍ଧ ରାୟଗଡ଼ ବ୍ଲକ ଉନ୍ନତି ହେବ ବୋଲି ଜ଼ିଲ୍ଲା ସଭାପତି ଗୋପୀ ଅନନ୍ଦ କହିଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
