କାଳୀ ପୂଜା ଅବସରରେ ରକ୍ତ ଦାନ ଶିବିର #୨୧ୟୁନିଟ ରକ୍ତ ସଂଗୃହୀତ….
ବରଗଡ (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ପଦମ ପୁର ଅନ୍ତର୍ଗତ ସର୍ଗିବହାଲ ଗ୍ରାମ ରେ ପଵିତ୍ର କାଳୀ ପୂଜା ଅବସରରେ କାଳୀ ପୂଜା କମିଟି ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ ହୋଇଥଲା। ଏହି ଶିବିର ରେ ମୂଖ୍ୟ ଅତିଥି ଭାବରେ ଜଳନ୍ଧର ମହାରାଜ ଯୋଗ ଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିବା ସହ ରକ୍ତ ଦାତା ଙ୍କ ସହ କର ମର୍ଦ୍ଦନ କରି ଉତ୍ସାହିତ କରିଥିଲେ।ଏହି ଶିବିର ରେ ୨ଜଣ ମହିଳା ଓ ୧୯ଜଣ ପୁରୁଷ ଙ୍କୁ ମିଶାଇ ସର୍ବମୋଟ #୨୧ୟୁନିଟ ରକ୍ତ ପଦମପୁର ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।ପରିସେସ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ କାଳୀ ପୂଜା କମିଟି ତରଫ ରୁ ନିଷ୍ଠା ପରିବାର କୁ ଜଳନ୍ଧର ଦରବାର ରେ ମହାରାଜ ଜଳନ୍ଧର ସମ୍ବର୍ଦ୍ଧିତ କରିଥିଲେ।
ଏହି ଶିବିର କୁ ନିଷ୍ଠା ପରିବାର ସମସ୍ତ ସଦସ୍ୟ ମାନେ ଓ କାଳୀ ପୂଜା କମିଟି ର ସଦସ୍ୟ ମାନେ ସୁପରିଚାଳନା କରିଥିଲେ।ସମସ୍ତ ରକ୍ତ ଦାତା ସହଯୋଗୀ ଶୁଭେଛୁ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।
