ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ କଂଗ୍ରେସ ଯୁବନେତା ପ୍ରତାପ କୁମାର ପ୍ରଧାନ*ଭୂସ୍ଖଳନ ପ୍ରଭାବିତ ପରିବାରଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ ଓ ପକ୍କା ଘର ଯୋଗାଇଦେବାକୁ ଦାବି*

କନ୍ଧମାଳ :-ରିପୋର୍ଟ କୁନା ଦିଗାଲ )ବାତ୍ୟା ‘ଅର୍ଣ୍ଣବ’ ଦ୍ୱାରା ପ୍ରଭାବିତ କନ୍ଧମାଳ ଜିଲ୍ଲାର କ୍ରୁହୁଗୁଡ଼ା, ଡାଙ୍ଗେସି, ଗିଡ଼ିପାବାଳୀ ସମେତ ଆଖପାଖର ବିଭିନ୍ନ ଗ୍ରାମକୁ ଆଜି କଂଗ୍ରେସ ନେତା ପ୍ରତାପ କୁମାର ପ୍ରଧାନଙ୍କ ସହ ଏକ ପ୍ରତିନିଧି ଦଳ ପରିଦର୍ଶନ କରିଛି । ଏହି ଗସ୍ତ ସମୟରେ ବାତ୍ୟା ଓ ଅତ୍ୟଧିକ ବର୍ଷା ଯୋଗୁଁ ଘଟିଥିବା ଭୂସ୍ଖଳନରେ କ୍ଷତିଗ୍ରସ୍ତ ପରିବାରମାନଙ୍କୁ ଭେଟି ସେମାନଙ୍କ ଦୁର୍ଦ୍ଦଶା ଓ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ।ବାତ୍ୟା ସମୟରେ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୟାବହ ଭୂସ୍ଖଳନ ଘଟି ଅନେକ ଘରଦ୍ୱାର ମାଟିରେ ମିଶିଯାଇଥିବା ବେଳେ ବହୁ ମୂଲ୍ୟବାନ ଜୀବନ ହାନି ଘଟିଥିଲା । ଏଥିସହ ୧୨ ଜଣ ବ୍ୟକ୍ତି ନିଖୋଜ ଥିବା ସୂଚନା ମିଳିଥିଲା । ଏହି ବିପର୍ଯ୍ୟୟ ଯୋଗୁଁ ଅନେକ ପରିବାର ବାସହରା ହୋଇପଡ଼ିଛନ୍ତି ।ପରିଦର୍ଶନ ସମୟରେ ପ୍ରତିନିଧି ଦଳ ପ୍ରଭାବିତ ମହିଳା, ଶିଶୁ ଓ ଅନ୍ୟ ପରିବାର ସଦସ୍ୟଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ । ଆଲୋଚନା ସମୟରେ ପ୍ରଭାବିତ ଗ୍ରାମବାସୀମାନେ ଭୂସ୍ଖଳନ ଆଶଙ୍କା ଥିବାରୁ ପୂର୍ବ ସ୍ଥାନରେ ଆଉ ବସବାସ କରିବାକୁ ଚାହୁଁନଥିବା ପ୍ରକାଶ କରିଥିଲେ ।

ଏଣୁ ସରକାର ସେମାନଙ୍କୁ ତୁରନ୍ତ ବିପଦସଙ୍କୁଳ ଅଞ୍ଚଳରୁ ଅନ୍ୟ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଘର ନିର୍ମାଣ ପାଇଁ ଜମି ଓ ପକ୍କା ଘର ଯୋଗାଇଦେବାକୁ ଦାବି କରିଛନ୍ତି ।ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଲୋକଙ୍କ ପାଖରେ ଠିଆ ହେବା ସହ ସେମାନଙ୍କୁ ଆବଶ୍ୟକ ସହଯୋଗ ଯୋଗାଇଦେବା ସମାଜର ସମସ୍ତଙ୍କ ଦାୟିତ୍ୱ ବୋଲି ପ୍ରତାପ ପ୍ରକାଶ କରିଥିଲେ । କେବଳ ତତ୍କାଳୀନ ରିଲିଫ୍ ନୁହେଁ, ବରଂ ପ୍ରଭାବିତ ପରିବାରଙ୍କ ସ୍ଥାୟୀ ପୁନର୍ବାସ ଓ ସୁରକ୍ଷିତ ଜୀବନଯାପନ ପାଇଁ ସରକାର ତୁରନ୍ତ ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତାପ କୁମାର ପ୍ରଧାନ ଦାବି କରିଛି । ଏହି ଅବସରରେ ପୀଡିତ ପରିବାର ଲୋକଙ୍କୁ ବିଭିନ୍ନ ପ୍ରକାରର ଆବଶ୍ୟକ ସାମଗ୍ରୀ ବଣ୍ଟନ କରିଥିଲେ ।