ଉଦ୍ଧାର ହୋଇଥିବା ଶିଶୁ କନ୍ୟାଙ୍କ ପାଇଁ ସଚେତନତା କାର୍ମଶାଳା ।

ଉଦ୍ଧାର ହୋଇଥିବା ଶିଶୁ କନ୍ୟାଙ୍କ ପାଇଁ ସଚେତନତା କାର୍ମଶାଳା ।

ଉଦ୍ଧାର ହୋଇଥିବା ଶିଶୁ କନ୍ୟାଙ୍କ ପାଇଁ ସଚେତନତା କାର୍ମଶାଳା ।

ଗଜପତି/୩.୧୧. ମନୋଜ କୁମାର ପାଢୀଙ୍କ ରିପୋର୍ଟ: ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ବାଳାଶ୍ରମଠାରେ ବିଭିନ୍ନ ସ୍ଥାନରୁ ବିପଦ ସଙ୍କୁଳ ଅବସ୍ଥାରେ ଉଦ୍ଧାର ହୋଇଥିବା ଶିଶୁ କନ୍ୟାଙ୍କୁ ନେଇ ଏକ ସଚେତନତା କର୍ମଶାଳା ଗଣିଆ ଉନ୍ନୟନ କମିଟ ଦ୍ବାରା ଅନୁଷ୍ଠିତ ହୋଇଯାଇଥିଲା।ଏହି କର୍ମଶାଳାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ ତ୍ରିପାଠୀ ଯୋଗଦେଇ ଶିଶୁ ମାନଙ୍କୁ ସେମାନଙ୍କର ଉଜ୍ବଳ ଭବିଷ୍ୟତ କିପରି ଗଠନ ହେବ ବୁଝାଇ ଥିଲେ। ଏଥିସହ ଶିଶୁ ଓ ମହିଳା ମାନଙ୍କ ପାଇଁ ଥିବା ବିଭିନ୍ନ ସହାୟତା ନମ୍ବର ଯଥା :- ୧୦୯୮ ,୧୮୧ , ୧୧୨ ବିଷୟରେ ବୁଝାଇଥିଲେ। ବିଶେଷ କରି ବାଲ୍ୟ ବିବାହ , ଶିଶୁ ଶ୍ରମିକ , ଶିଶୁ ଚାଲାଣ ରୁ ପିଲାମାନେ କିପରି ନିବୃତ ରହିବେ ଓ ସେମାନଙ୍କର ପରିବାର ଓ ଅନ୍ୟ ପିଲାମାନଙ୍କୁ ସଚେତନତା କରିବାକୁ ବୁଝାଇଥିଲେ।ଏହି କାର୍ଯ୍ୟକ୍ରମରେ ଆଭା ର ସଂଯୋଜିକା ପ୍ରିୟଙ୍କା ପରିଡା ମଧ୍ୟ ବାଲ୍ୟ ବିବାହ , ଶିଶୁ ଚାଲାଣରୁ ଶିଶୁ ମାନେ କିପରି ନିବୃତ ରହିବେ ୧୦୯୮ ବ୍ୟବହାର ସାହାଯ୍ୟ ନେଇ ଅନ୍ୟ ଶିଶୁ ମାନଙ୍କୁ କିପରି ସୁରକ୍ଷିତ ରଖାଯାଇପାରିବ ବୋଲି ବୁଝାଇଥିଲେ।ସେହିପରି ହବ ର କର୍ମଚାରୀ ଗାୟତ୍ରୀ ପଟ୍ଟନାୟକ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଶୁ ମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ବୁଝାଇଥିଲେ କି କିପରି ଯୋଜନା ଗୁଡିକର ଫାଇଦା ନେଇ ଆଗକୁ ବଢିପାରିବେ ଓ ରୋଜଗାରକ୍ଷମ ହୋଇପାରିବେ।

ଉଦ୍ଧାର ହୋଇଥିବା ଶିଶୁ କନ୍ୟା ମଧ୍ୟ ସେମାନଙ୍କର ଅତୀତ , ବର୍ତମାନ ଓ ଭବିଷ୍ୟତ ରେ ସେମାନଙ୍କର ସ୍ବପ୍ନକୁ କିପରି ଦେଖୁଛନ୍ତି ତାହା ଉପସ୍ଥାପନ କରିଥିଲେ ।