ଦୀପାବଳୀ ପୂର୍ବରୁ ପାରଳା ବିଧାୟକଙ୍କ ନିଜସ୍ୱ ଉଦ୍ୟମରେ ଆଲୋକିତ ହେଲା ବାଘଶାଳା ଗ୍ରାମ*

ଦୀପାବଳୀ ପୂର୍ବରୁ ପାରଳା ବିଧାୟକଙ୍କ ନିଜସ୍ୱ ଉଦ୍ୟମରେ ଆଲୋକିତ ହେଲା ବାଘଶାଳା ଗ୍ରାମ*

*ଦୀପାବଳୀ ପୂର୍ବରୁ ପାରଳା ବିଧାୟକଙ୍କ ନିଜସ୍ୱ ଉଦ୍ୟମରେ ଆଲୋକିତ ହେଲା ବାଘଶାଳା ଗ୍ରାମ* ।

ଗଜପତି,୧.୧୨(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଘଶାଳା ଗ୍ରାମରେ ଦୀର୍ଘ ୬ ମାସ ଧରି ଆଲୋକ ବ୍ୟବସ୍ଥା ନଥିବାରୁ ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଆସୁଥିଲେ। ବିଶେଷକରି ରାତି ସମୟରେ ଗ୍ରାମର ରାସ୍ତାଘାଟ ଅନ୍ଧକାର ରହୁଥିବାରୁ ମହିଳା, ବୃଦ୍ଧବୃଦ୍ଧା, ଛୋଟ ପିଲା ଓ ସାଧାରଣ ଲୋକଙ୍କ ଯାତାୟାତରେ ଘୋର ଅସୁବିଧା ହେଉଥିଲା। ଏହି ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ନିଜସ୍ୱ ଅର୍ଥରେ ଗ୍ରାମରେ ଆଲୋକୀକରଣ ବ୍ୟବସ୍ଥାକୁ ପୁନଃସ୍ଥାପନ ନିମନ୍ତେ ପଦକ୍ଷେପ ନେଇଥିଲେ। ତାଙ୍କର ଏହି ଉଦ୍ୟମ ଫଳରେ ଦୀର୍ଘ ଦିନ ଧରି ଅନ୍ଧକାରରେ ରହିଥିବା ବାଘଶାଳା ଗ୍ରାମରେ ପୁଣିଥରେ ଆଲୋକିତ ହୋଇପାରିଛି। ବିଧାୟକଙ୍କ ଏହି ପଦକ୍ଷେପକୁ ଗ୍ରାମବାସୀ ସ୍ୱାଗତ ଜଣାଇବା ସହ ଏହା ବିଧାୟକଙ୍କ ଦୀପାବଳୀ ଉପହାର ବୋଲି ପ୍ରକାଶ କରିଛନ୍ତି। ଗ୍ରାମର ରାସ୍ତା ଆଲୋକୀକରଣ ହେବା ପରେ ରାତ୍ର ସମୟରେ ଯାତାୟାତ ସହଜ ହେବା ସହ ଲୋକଙ୍କ ମନରେ ଆଶ୍ୱସ୍ତି ଓ ଖୁସି ଦେଖିବାକୁ ମିଳିଛି। ଏଥି ନିମନ୍ତେ ବାଘଶାଳା ଗ୍ରାମର ବାସିନ୍ଦାମାନେ ବିଧାୟକ ରୂପେଶ କୁମାର ପାଣିଗ୍ରାହୀଙ୍କୁ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି।