ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ।

ଗଜପତି,୩୧.୧୦.( ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆଜି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଏକତା ଦିବସ ପାଳିତ ହୋଇଯାଇଛି।ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଏହି ଅବସରରେ ଜିଲ୍ଲାପାଳ ସମାବେଶରେ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଦେଶରେ ଏକତା, ଅଖଣ୍ଡତା ଓ ଭାଇଚାରା ବଜାୟ ରଖିବା ପାଇଁ ଶପଥ ପାଠ କରାଇଥିଲେ। ଏଥି ସହିତ ଜାତି, ଧର୍ମ ଓ ଭାଷା ଆଧାରରେ ଥିବା ଭେଦଭାବକୁ ଭୁଲି ସମସ୍ତେ ଏକାଠି ହୋଇ ଦେଶର ଏକତା ଓ ଅଖଣ୍ଡତା ରକ୍ଷା କରିବାକୁ ଆହ୍ୱାନ ଦେଇଥିଲେ। ରାଷ୍ଟ୍ରୀୟ ଏକତା ଦିବସ ଆମକୁ ଦେଶର ଏକତା ଓ ଅଖଣ୍ଡତାର ମହତ୍ତ୍ୱ ସ୍ମରଣ କରାଇବା ସହ ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ଏକତାର ଭାବନା ବଜାୟ ରଖିବାର ବାର୍ତ୍ତା ଦେଇଥାଏ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ଓ ଶ୍ରୀ ମୁନିନ୍ଦ୍ର ହନାଗା, ଉପ ଜିଲ୍ଲାପାଳ ସୁଶ୍ରୀ ଭାଗବତ ସାମଲ କଲ୍ୟାଣରାଓ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସଲମାନ ରାଇକାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀଗଣ ଉପସ୍ଥିତ ଥିଲେ।