ଟିକାବାଲି ରେ “ବାତ୍ୟା ଅର୍ଣ୍ଣବ” ଅଞ୍ଚଳ କୁ ପରିଦର୍ଶନ କଲେ ମନ୍ତ୍ରୀ ରବି ନାରାୟଣ ନାୟକ ………………………………
କନ୍ଧମାଳ ତା ୨୯/୧୦ / ୨୬ (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ରେ ଆଜି ପଞ୍ଚାୟତ ରାଜ ମନ୍ତ୍ରୀ ରବିନାରାୟଣ ନାୟକ ପହଂଚି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି l ଦୀର୍ଘ ଦୁଇଦିନ ଧରି ଅବିଶ୍ରାନ୍ତ ବର୍ଷା ଯୋଗୁଁ ଟିକାବାଲି ଅଞ୍ଚଳକୁ ଯାତାୟାତ ସେବା ଠୋପ ହୋଇଥିବା ଜଣା ପଡିଛି l ସୂଚନା ଅନୁସାରେ ଟିକାବାଲି ନିକଟରେ ଥିବା ସାଲୁଙ୍କି ନଦୀ ଶଙ୍ଖଉପରେ ବର୍ଷା ଜଳ ଦୁଇ ରୁ ତିନିଫୁଟ ଉଚ୍ଚ ରେ ଜଳ ନିଷ୍କାସନ ହେଉଥିବା ଯୋଗୁଁ, କଟିମାହା , ବଡ଼ିମୁଣ୍ଡା, ବୁର୍ବିନାଯୁ, ଗାର୍ଡିଙ୍ଗିଆ, ପାବୁରିଆ ଅଞ୍ଚଳ ର ଜନସାଧାରଣ ବହୁ ଅସୁବିଧା ଭୋଗ କରୁଛନ୍ତି l ଟିକାବାଲି ବ୍ଲକ ହେଉଛି ଅଞ୍ଚଳ ପାଇଁ ଏକ ଭାତହାଣ୍ଡି, ପ୍ରତି ଦିନ ଏହି ଅଞ୍ଚଳ କୁ ଶହ ଶହ ଲୋକ ଆସନ୍ତି ଏବଂ ନିଜର ନିତ୍ୟ ବ୍ୟବହାର ଅତି ଆବଶ୍ୟକ ସାମଗ୍ରୀ ଓ ଅଫିସିଆଲ, କାମ, ସ୍କୁଲ, କଲେଜ, ସ୍ୱାସ୍ଥ୍ୟ ସେବା,ସହିତ ଜିଲ୍ଲା ମୁଖ୍ୟକାର୍ଯ୍ୟଳୟ କୁ ଏହି ରାସ୍ତା ଦେଇ ଗମନା ଗମନ କରନ୍ତି l
ଆଜି ବାତ୍ୟା ଅର୍ଣ୍ଣବ ର ଯେଉଁ କରାଳ ରୁପ ନେଇଛି ଯାହାରୀ ଫଳରେ ଧନ ଜୀବନ ପ୍ରତିବିପତି ବଢିବା ସହିତ ଏହି ଅଞ୍ଚଳ କୁ ସଂଯୋଗ କରିବା ପାଇଁ ଯେଉଁ ଏକ ଶଙ୍ଖ ଅଛି ତାହା ଅତି ଛୋଟ ଏବଂ ସଂକର୍ଣ୍ଣ ହେତୁ ପ୍ରତି ଦିନ ଏହି ଶଙ୍ଖ ରାସ୍ତା ଦେଇ ଯାତାୟତ କରୁଥିବା ବିଛିନ୍ନ ହୋଇ ପଡିଛି l ଏହାକୁ ନେଇ ଅଞ୍ଚଳ ବାସୀ ପ୍ରଶାସନକୁ ବହୁ ବାର ବଡ଼ ଶଙ୍ଖ ନିର୍ମାଣ ପାଇଁ ଅଭିଯୋଗ କରିଥିଲେ ସୁଧା ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇ ପାରୁନି ବୋଲି ଆଜି ଅଞ୍ଚଳର ଜନସାଧାରଣ ଏହି କଷ୍ଟ ଭୋଗିବାକୁ ପଡୁଛି l ଏହି ପରିପେକ୍ଷୀରେ ଏହି ବାତ୍ୟା ଅର୍ଣ୍ଣବ ର ସ୍ଥିତି ନିରୀକ୍ଷିଣ ପାଇଁ ଆସିଥିବା ମନ୍ତ୍ରୀ ରବି ନାରାୟଣ ନାୟକ ନିଜେ ଦେଖିବା ପରେ ବହୁତ ଦୁଃଖ ପ୍ରକାଶ କରି କହିଛନ୍ତି, ଯେ ଏହାର ସମାଧାନ ଅତିଶୀଘ୍ର କରାଯିବ ଏବଂ ନିକଟରେ ନିର୍ମାଣ ଧୀନ ଥିବା ମେଗା ପ୍ରକଳ୍ପ କୁ ମନ୍ତ୍ରୀ ପରିଭ୍ରମଣ କରି ଆସନ୍ତା ୨୦୨୭ ବେଳକୁ ଅଞ୍ଚଳ ବାସୀଙ୍କୁ ସୁଧ ପାନୀୟ ଜଳ ଯୋଗାଣ ନିଶ୍ଚିତ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି l
ମନ୍ତ୍ରୀଙ୍କ ଏହି ପରିଦର୍ଶନ ବେଳେ ଉପସ୍ଥିତ ଥିଲେ,କନ୍ଧମାଳ ଜିଲ୍ଲା ସଭାପତି ବି.ଜେ. ପି. ପଣ୍ଡିତ କୁମାର ବିଶିମାଝୀ,ଫୁଲବାଣୀ ବିଧାୟକ ଉମା ଚରଣ ମଳିକ, ଟିକାବାଲି ସମିତି ଅଧ୍ୟକ୍ଷ ଦିଲୀପ କହଁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଟିକାବାଲି, ବିଷ୍ଣୁ ଗୋବିନ୍ଦ, ତହସିଲଦାର ଟିକାବାଲି ହରିଶ୍ଚନ୍ଦ୍ର ପ୍ରଧାନ,ସହକାରୀ ନିର୍ବାହୀ ଯନ୍ତ୍ରୀ ଟିକାବାଲି ରୁଦ୍ର ନାରାୟଣ ମାଝୀ, ଗ୍ରାମୀଣ ଜଳ ଯୋଗାଣ ଯନ୍ତ୍ରୀ ଅସିତ ସୁନ୍ଦର ରାୟ,ବି ଜେ ପି ସାଧାରଣ ସମ୍ପାଦକ ଟିକାବାଲି ମଣ୍ଡଳ ରାଜ କିଶୋର ପ୍ରଧାନ,ସମେତ ଅଞ୍ଚଳ ର ପ୍ରମୁଖ ବ୍ୟକ୍ତି ବିଶେଷଗଣ ଉପସ୍ଥିତ ଥିଲେ l
