ବଢ଼ିଲା ଭାସ୍କର ରାଓଙ୍କ ଅଡ଼ୁଆହାଇକୋର୍ଟଙ୍କ ଅଗ୍ରୀମ ଜାମିନ ଆଦେଶ ଖାରଜକଲେ ସୁପ୍ରିମକୋର୍ଟ

ବଢ଼ିଲା ଭାସ୍କର ରାଓଙ୍କ ଅଡ଼ୁଆହାଇକୋର୍ଟଙ୍କ ଅଗ୍ରୀମ ଜାମିନ ଆଦେଶ ଖାରଜକଲେ ସୁପ୍ରିମକୋର୍ଟ

ବଢ଼ିଲା ଭାସ୍କର ରାଓଙ୍କ ଅଡ଼ୁଆହାଇକୋର୍ଟଙ୍କ ଅଗ୍ରୀମ ଜାମିନ ଆଦେଶ ଖାରଜକଲେ ସୁପ୍ରିମକୋର୍ଟ

ରାୟଗଡା଼ (info media)ଯୁ ବ ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ, ପୂର୍ବତନ ବରିଷ୍ଠ ବିଜେଡି ନେତା ତଥା ବର୍ତମାନ ବିଜୁ ସ୍ୱାଭିମାନ ମଞ୍ଚର ଆବାହକ ଏନ୍. ଭାସ୍କର ରାଓଙ୍କ ଅଡୁଆ ବଢ଼ିଛି। ହାଇକୋର୍ଟ ପ୍ରଦାନ କରିଥିବା ଅଗ୍ରୀମ ଜାମିନକୁ ସୁପ୍ରିମକୋର୍ଟ ଖାରଜ କରିବା ସହ ଭାସ୍କର ରାଓଙ୍କ ସମେତ ଅନ୍ୟ ୬ ଅଭିଯୁକ୍ତଙ୍କୁ ଏସ୍‌ଡିଜେଏମ୍ କୋର୍ଟରେ 2 ସପ୍ତାହ ମଧ୍ୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।୨୦୧୦ରେ ଯୁବ ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗିଙ୍କ ହତ୍ୟା ଘଟଣାକୁ ନେଇ ଏହି ମାମଲା ରୁଜୁ ହୋଇଥିଲା। ହତ୍ୟା ଘଟଣାରେ ଭାସ୍କର ରାଓଙ୍କ ସମେତ ୬ ସମ୍ପୃକ୍ତି ନେଇ ମୃତକଙ୍କ ପରିବାର, ତାଙ୍କ ଭାଇ ଜଗନ୍ନାଥ ମାଣ୍ଡାଙ୍ଗି ଏବଂ ଆଦିବାସୀ ମହାସଂଘ ଅଭିଯୋଗ ଉଠାଇଥିଲେ ଭାସ୍କର ରାଓଙ୍କ ଗିରଫ ଦାବିରେ ରାୟଗଡ଼ାରେ ବିଭିନ୍ନ ସମୟରେ ଆନ୍ଦୋଳନ, ଶୋଭାଯାତ୍ରା ଓ ରାଲି ମଧ୍ୟ ହୋଇଥିଲା। ମାମଲାଟି ଏସ୍‌ଡିଜେଏମ୍ କୋର୍ଟରେ ବିଚାରାଧୀନ ରହିଥିବାବେଳେ ଅଦାଲତଙ୍କ ପକ୍ଷରୁ ଭାସ୍କର ରାଓଙ୍କ ସମେତ ଅନ୍ୟ 6 ଅଭିଯୁକ୍ତଙ୍କ ବିରୋଧରେ ଜାମିନବିହୀନ ଗିରଫ ପରଓ୍ବାନା ଜାରି ହୋଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ଭାସ୍କର ରାଓ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ହାଇକୋର୍ଟ ତାଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରିଥିଲେ। ତେବେ ହାଇକୋର୍ଟ କୋର୍ଟଙ୍କ ଏହି ଆଦେଶକୁ ଚ୍ୟାଲେଞ୍ଜ କରି ମୃତ ଭାଗିରଥିଙ୍କ ଭାଇ ଜଗନ୍ନାଥ ମାଣ୍ଡାଙ୍ଗି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ଲାର ତଥ୍ୟ ଓ ପ୍ରମାଣ ବିଚାର କରି ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଅଗ୍ରୀମ ଜାମିନ ଆଦେଶକୁ ଖାରଜ କରିଛନ୍ତି । ।

ଏଥିସହ ଭାସ୍କର ରାଓଙ୍କ ସମେତ ଅନ୍ୟ ୬ ଅଭିଯୁକ୍ତଙ୍କୁ ଏସ୍‌ଡିଜେଏମ୍ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଆଦିବାସୀ ମହାସଙ୍ଗ ପକ୍ଷରୁ ଆୟୋଜିତ ଏକ ଏକ ସାମ୍ବାଦିକ ସମ୍ମିଳନୀ ରେ ବସନ୍ତ ଉଲାକା କହିଛନ୍ତି l ସେ ପୁଣି କହିଛନ୍ତି ଜେ ପୂର୍ବତନ ସରକାର ଅମଳ ରେ ନିଜର ଦବ ଦବା କୁ ଜାହିର କରି ଦୀର୍ଘ 16 ବର୍ଷ ଧରି ଘଟଣା କୁ ଦବେଇ ରଖିଥିଲେ l ବର୍ତ୍ତମାନ ଉଚ୍ଚତମ ନ୍ୟାୟଳୟ ର ଆଦେଶ ପରେ ଭାସ୍କର ରାଓ କୋର୍ଟ ରେ ଆତ୍ମ ଆତ୍ମ ସମର୍ପଣ ବିନା ଅନ୍ୟ ରାସ୍ତା ନାହଁ ବୋଲି କହିଛନ୍ତି । ଏନେଇ ପୂର୍ବତନ ସାଂସଦ ଏନ ଭାସ୍କର ରାଓଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ