ନୂଆଗଡ ବ୍ଲକ୍ ରେ ବାତ୍ୟା ମୁକାବିଲା ସକାଶେ ବୈଠକ ଅନୁଷ୍ଠିତ।

ନୂଆଗଡ ବ୍ଲକ୍ ରେ ବାତ୍ୟା ମୁକାବିଲା ସକାଶେ ବୈଠକ ଅନୁଷ୍ଠିତ।

ନୂଆଗଡ ବ୍ଲକ୍ ରେ ବାତ୍ୟା ମୁକାବିଲା ସକାଶେ ବୈଠକ ଅନୁଷ୍ଠିତ।

ଗଜପତି ୨୭/୧୦ (ମନୋଜ କୁମାର ପାଢୀଙ୍କ ରିପୋର୍ଟ) ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ସଦଭାବନା ସଭାଗୃହ ପରିସର ମଧ୍ୟରେ ସମ୍ଭାବ୍ୟ ବାତ୍ୟାକୁ ଗୁରୁତ୍ୱ ଦେଇ ବ୍ଲକ୍ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ନେଇ ବାତ୍ୟା ମୁକାବିଲା ଏବଂ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ସହ ଜରୁରୀକାଳୀନ ପରିସ୍ଥିତିରେ ଆବଶ୍ୟକ ପଦକ୍ଷେପ ନେବା ସକାଶେ ଆଲୋଚନା ହୋଇଥିଲା। ଜିଲ୍ଲାରେ ଥିବା ୭ ଗୋଟି ବ୍ଲକ ମଧ୍ୟରେ ନୂଆଗଡ ବ୍ଲକରେ ସର୍ବାଧିକ ୨୨ ଗୋଟି ଭୂସ୍ଖଳନ ଅଞ୍ଚଳ ଚିହ୍ନଟ ହୋଇଛି।ଏ ସବୁ ଦିଗକୁ ଦୃଷ୍ଟିରେ ରଖି ବିପଦ ସଙ୍କୁଳ ଅଞ୍ଚଳ ଉପରେ ସତର୍କ ନଜର ରଖିବା ସହିତ ଆବଶ୍ୟକ ସମୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସକାଶେ ବ୍ଲକ୍ ପ୍ରଶାସନ ଗୁରୁତ୍ୱ ଦିଆଯାଇଛି। ଗର୍ଭବତୀ ଓ ପ୍ରସୂତୀ ମହିଳା ମାନଙ୍କୁ ଜରୁରୀ କାଳୀନ ସେବା ସହ ଉତ୍ତମ ଚିକିତ୍ସା ସକାଶେ ଖଜୁରୀ ପଦା ଠାରେ ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇ ଥିବା କୁହାଯାଇଛି।ବାତ୍ୟାର ସଠିକ୍ ମୁକାବିଲା ସକାଶେ ଗଜପତି ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପୃଥିରାଜ ମଣ୍ଡଳ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ବାତ୍ୟା ମୁକାବିଲା ସକାଶେ ପ୍ରଶାସନିକ ଅଧିକାରୀ ସ୍ଥାନୀୟ ତହସିଲଦାର ମୋନାଲିସା ଆଚାର୍ଯ୍ୟ ସମେତ ଗୋଷ୍ଟୀ ଉନ୍ନୟନ ଅଧିକାରୀ ସୁଦାମ ଶବର ସୂଚନା ଦେଇଛନ୍ତି।

ସମ୍ଭାବ୍ୟ ବାତ୍ୟା ସମୟରେ ଧନ ଜୀବନ କିପରି ସୁରକ୍ଷିତ ରହିବ ସେ ଉପରେ ସତର୍କ ରହିବାକୁ ସୂଚନା ଦେଇଛନ୍ତି। ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।