*ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପଡ଼ିଯାଇଥିବା ଗଛ କାଟି ସଫା କଲା ଅଗ୍ନିଶମ ବିଭାଗ*।
ଗଜପତି, ୨୭.୧୦.(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପଡ଼ିଯାଇଥିବା ଗଛକୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ କାଟି ସଫା କରିଛନ୍ତି।ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମୁଳ ଗ୍ରାମ ପଞ୍ଚାୟତର କିଙ୍ଗଡ଼ା ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଏକ ଗଛ ପଡିଯାଇଥିବା ସମ୍ପର୍କିତ ସୂଚନା ପାଇବା ପରେ ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉପୁଡ଼ି ପଡ଼ିଥିବା ଗଛଟିକୁ ସଫଳତାର ସହ କାଟି ହଟାଇଥିଲେ। ଏହାଦ୍ୱାରା ଅଞ୍ଚଳରେ ଗଛ ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟା ଦୂର ହୋଇଥିଲା। ସେହିପରି ରାୟଗଡ଼ା ଅଗ୍ନିଶମ ବାହିନୀ ପକ୍ଷରୁ ରାୟଗଡ଼ ବ୍ଲକ ଅନ୍ତର୍ଗତ ବଡ଼ପୁତ୍ତାର ଠାରେ ମଧ୍ୟ ଗଛ ପଡିଥିବା ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ଅବରୋଧ ହଟାଇ ଦେଇଥିଲେ।ପ୍ରାକୃତିକ ବିପର୍ଯ୍ୟୟ ଓ ଜରୁରୀକାଳୀନ ପରିସ୍ଥିତିରେ ଅଗ୍ନିଶମ ବାହିନୀର ଏଭଳି ତତ୍ପରତା ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ଗୁରୁତ୍ୱ ବହନ କରୁଛି।ପାରଳାଖେମୁଣ୍ଡି ଅଗ୍ନିଶମ ବିଭାଗର ସହକାରୀ ଅଗ୍ନିଶମ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।
