ଗଞ୍ଜାମ ଜିଲ୍ଲା ଧରାକୋଟ ଭାରସାମ୍ୟ ହରାଇ ଓଲଟିଲା ପସେଞ୍ଜର ଅଟୋ, ଦୁଇ ଗୁରୁତର

ଗଞ୍ଜାମ ଜିଲ୍ଲା ଧରାକୋଟ ଭାରସାମ୍ୟ ହରାଇ ଓଲଟିଲା ପସେଞ୍ଜର ଅଟୋ, ଦୁଇ ଗୁରୁତର

ଗଞ୍ଜାମ ଜିଲ୍ଲା ଧରାକୋଟ ଭାରସାମ୍ୟ ହରାଇ ଓଲଟିଲା ପସେଞ୍ଜର ଅଟୋ, ଦୁଇ ଗୁରୁତର

ଆସିକା, ୩୧/୦୫: ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳରେ ଏକ ପସେଞ୍ଜର ଅଟୋ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିବାରୁ ୪ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି।ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ଆସିକାରୁ ସୋରଡା ଅଭିମୁଖେ ଯାଉଥିବା ଏକ ପସେଞ୍ଜର ଅଟୋ ଜାତୀୟ ରାଜପଥ-୫୯ର ସରଧାପୁର ବାଟିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ରାହୁଲ ରାଉତ ଓ ବାଲଜି ନାୟକ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ମଧ୍ୟ ଆହତ ହୋଇଛନ୍ତି।ଖବର ପାଇ ଧରାକୋଟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ପ୍ରଥମେ ଆସିକା ମେଡିକାଲକୁ ପଠାଇଥିଲେ। ପରେ ଗୁରୁତର ଦୁଇ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ସୂଚନା ମୁତାବକ, ଅଟୋରେ ପ୍ରାୟ ୧୦ ଜଣ ବ୍ୟକ୍ତି ଏକ ଭୋଜି ରୋଷେଇ କାମରେ ସହଯୋଗ କରିବା ପାଇଁ ଯାଉଥିଲେ। ଘଟଣାସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି।ଗଣେଶ ପାଣିଗ୍ରାହୀ, ରିପୋର୍ଟ