*ଗଜପତି ଜିଲ୍ଲା ବ୍ରାହ୍ମଣ ମହାସଂଘର ବୈଠକ ଅନୁଷ୍ଠିତ ।
ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିସ୍ଥିତ ଗାୟତ୍ରୀ ମନ୍ଦିର ପରିସରରେ ଗଜପତି ଜିଲ୍ଲା ବ୍ରାହ୍ମଣ ମହାସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ମହାସଂଘର ଉପଦେଷ୍ଟା ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବ୍ରାହ୍ମଣ ସମାଜର ବିଭିନ୍ନ ସମସ୍ୟା ଓ ସମ୍ପ୍ରତି ସମାଜ ସମ୍ମୁଖୀନ ହେଉଥିବା ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହୋଇଥିଲା।ବୈଠକରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଗତ ଜାନୁଆରୀ ମାସରେ ନିଆଯାଇଥିବା କେତେକ ଆଇନଗତ ପଦକ୍ଷେପକୁ ନେଇ ଆଲୋଚନା କରାଯାଇଥିଲା। ଏହା ମଧ୍ୟରେ ମାନ୍ୟବର ସୁପ୍ରିମକୋର୍ଟ ଏହି ଆଇନକୁ ସ୍ଥଗିତ ରଖିବା ସହ ପୁଣିଥରେ ପର୍ଯ୍ୟାଲୋଚନା କରିବା ପାଇଁ କେନ୍ଦ୍ର ସରକାରଙ୍କଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଉକ୍ତ ପଦକ୍ଷେପଗୁଡ଼ିକ ବିରୋଧରେ ଭାରତର ମହାମହିମ ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିବାକୁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହି ସ୍ମାରକପତ୍ର ଆସନ୍ତା ନଭେମ୍ବର ୩ ତାରିଖରେ ଗଜପତି ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।ଏହି ବୈଠକରେ ମହାସଂଘର ସମ୍ପାଦକ ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢ଼ୀଙ୍କ ସମେତ ଶ୍ରୀ ଅଶ୍ୱିନୀ କୁମାର ପାଢ଼ୀ, ଶ୍ରୀ ମନୋଜ କୁମାର ଦାସ, ଶ୍ରୀ ସୁରେନ୍ଦ୍ରନାଥ ରଥ, ଶ୍ରୀ ତ୍ରିପତି ପାତ୍ର, ଶ୍ରୀ ମନୋଜ କୁମାର ପଣ୍ଡା, ଶ୍ରୀ ରାଜେଶ ପାତ୍ର, ଶ୍ରୀ ରମେଶ ପାଣିଗ୍ରାହୀ, ଶ୍ରୀ ସୁରେନ୍ଦ୍ରନାଥ ପାଢ଼ୀ, ଶ୍ରୀ ଅବନୀ କୁମାର ରଥ, ଶ୍ରୀ କାର୍ତ୍ତିକ ଚନ୍ଦ୍ର ମହାପାତ୍ର, ରାଜେନ୍ଦ୍ର କୁମାର ରଥ,ଶ୍ରୀ ପ୍ରଶାନ୍ତ କୁମାର ଦାଶଙ୍କ ସମେତ ବହୁ ସଦସ୍ୟ ଯୋଗଦେଇଥିଲେ।ବୈଠକରେ ବିଭିନ୍ନ ସାମାଜିକ ପ୍ରସଙ୍ଗ ଉପରେ ମତବିନିମୟ ସହ ମହାସଂଘର ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକ ଶେଷରେ ଶ୍ରୀ ମନୋଜ କୁମାର ପଣ୍ଡା ସମସ୍ତ ଅତିଥିବୃନ୍ଦ ଓ ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
